Left Job In America: ଦେଶର ସେବା ପାଇଁ ଆମେରିକାରୁ କ୍ୟାରିୟର ଛାଡ଼ି ଭାରତ ଫେରିଲେ ନିହାରିକା: ପ୍ରଥମ ପ୍ରୟାସରେ ୟୁପିଏସସିରେ ହେଲେ ସଫଳ

15 minutes ago 1
ARTICLE AD BOX

ନୂଆଦିଲ୍ଲୀ:  ଆମେରିକାରେ ଏକ ସଫଳ କ୍ୟାରିୟର ଛାଡ଼ି ଭାରତ ଫେରିବା ନିଷ୍ପତ୍ତି ନେବା କୌଣସି ସହଜ କଥା ନୁହେଁ। ତଥାପି, ନିହାରିକା ଭଟ୍ଟ ଠିକ୍ ଏୟା ହିଁ କରିଥିଲେ। ସେ କେବଳ ନିଜ ଚାକିରି ଛାଡ଼ିଲେ ନାହିଁ, ବରଂ ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ପରୀକ୍ଷାରେ ସଫଳ ହୋଇ ଜଣେ ଆଇପିଏସ ଅଧିକାରୀ ହେଲେ। ଆଜି ସେ ଦିଲ୍ଲୀର ଉତ୍ତର ଜିଲ୍ଲା ପାଇଁ ଡେପୁଟି କମିଶନର ଅଫ୍ ପୁଲିସ ଭାବରେ କାର୍ଯ୍ୟ କରୁଛନ୍ତି।

ଏକ ସ୍ୱତନ୍ତ୍ର ଆଲୋଚନାରେ ନିହାରିକା ଭଟ୍ଟ  ନିଜର ଯାତ୍ରା, ୟୁପିଏସସି ପ୍ରସ୍ତୁତି, ସଫଳତାର ମନ୍ତ୍ର, ମହିଳା ଆଶାୟୀମାନଙ୍କ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଜଣେ ଡିସିପିଙ୍କ ଦାୟିତ୍ୱ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। 

ଆମେରିକାରେ କ୍ୟାରିୟର ଛାଡ଼ି ଭାରତ ଫେରିବା

ଆମେରିକାରୁ ଭାରତ ଫେରିବା ପଛରେ ନିହାରିକା ଭଟ୍ଟଙ୍କର କୌଣସି ବାଧ୍ୟବାଧକତା ନଥିଲା। ମିଚିଗାନ୍ ବିଶ୍ୱବିଦ୍ୟାଳୟରୁ ବାୟୋକେମିକାଲ୍ ଇଞ୍ଜିନିୟରିଂରେ ଏମଟେକ ସମାପ୍ତ କରିବା ପରେ, ୱାଶିଂଟନ୍ ଡି.ସି.ରେ ଜଣେ ଗବେଷକ ଭାବରେ କାର୍ଯ୍ୟ କରୁଥିଲେ। କେବଳ ଏତିକି ନୁହେଁ ତାଙ୍କ ପାଖରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନର ଡିଗ୍ରି, ଆନ୍ତର୍ଜାତୀୟ ଅଭିଜ୍ଞତା ଏବଂ ଏକ ସୁରକ୍ଷିତ କ୍ୟାରିୟର ଥିଲା। ଏହା ସତ୍ତ୍ୱେ ନିଜ ଦେଶ ପାଇଁ କିଛି କରିବାର ଏକ ଦୃଢ଼ ଇଚ୍ଛା ତାଙ୍କ ହୃଦୟରେ ସର୍ବଦା ଉଙ୍କି ମାରୁଥିଲା। ସେ ସିଭିଲ୍ ସର୍ଭିସେସ୍‌କୁ ଏପରି ଏକ ମାଧ୍ୟମ ଭାବରେ ଦେଖିଲେ, ଯେଉଁଠାରେ ଜଣେ ବ୍ୟକ୍ତି କମ୍ ବୟସରେ ସମାଜର ଏକ ବଡ଼ ବର୍ଗର ଜୀବନ ଉପରେ ପ୍ରଭାବ ପକାଇପାରିବେ ଏବଂ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସିଧାସଳଖ କାମ କରିପାରିବେ। ଏହି ଲକ୍ଷ୍ୟ ନେଇ, ସେ ଆମେରିକାରେ ନିଜ ଚାକିରି ଛାଡ଼ି ଭାରତ ଫେରିବାକୁ ନିଷ୍ପତ୍ତି ନେଲେ। ଭାରତ ଫେରିବା ପରେ, ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏବଂ ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇ ଜଣେ ଆଇପିଏସ ଅଧିକାରୀ ହେଲେ।

ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗଙ୍କ ପାଇଁ ନିହାରିକାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି, ଖବରକାଗଜ ପଢ଼ିବା, ସାମ୍ପ୍ରତିକ ଘଟଣାବଳୀ ଉପରେ ନଜର ରଖିବା ଏବଂ ବିଭିନ୍ନ ବିଷୟ ଉପରେ ଏକ ମୌଳିକ ବୁଝାମଣା ବିକାଶ କରିବା ହେଉଛି ପ୍ରସ୍ତୁତି ପ୍ରକ୍ରିୟାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ।  କୌଣସି ବ୍ୟକ୍ତିଙ୍କ ଲକ୍ଷ୍ୟ ସ୍ଥଳ କ’ଣ ହେବ, ତାହା ସମ୍ବଳ ନୁହେଁ ବରଂ ଦୃଢ଼ ଇଚ୍ଛାଶକ୍ତି ହିଁ ସ୍ଥିର କରିଥାଏ।

 ଦୁର୍ଗମ ଅଞ୍ଚଳରୁ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଝିଅମାନଙ୍କ ବିଷୟରେ ପଚରାଯିବାରୁ, ନିହାରିକା 'ଡିଜିଟାଲ୍ ଇଣ୍ଡିଆ'  ଏବଂ ଇଣ୍ଟରନେଟର ବ୍ୟାପକ ପ୍ରସାରକୁ ଏକ ବଡ଼ ସୁଯୋଗ ବୋଲି ଦର୍ଶାଇଥିଲେ। ସେ କହିଲେ ଯେ, ଇଣ୍ଟରନେଟ୍ ଯୋଗୁଁ ଆଜି ପାଠପଢ଼ା ବହୁତ ସହଜ ହୋଇଯାଇଛି; ତାଙ୍କ ନିଜ ପ୍ରସ୍ତୁତି ସମୟ ତୁଳନାରେ ଆଜିର ଛାତ୍ରଛାତ୍ରୀଙ୍କ ପାଖରେ ଅନେକ ଅଧିକ ସମ୍ବଳ ଉପଲବ୍ଧ ଅଛି। ଯେଉଁ ପରୀକ୍ଷାର୍ଥୀମାନଙ୍କ ପାଖରେ ଅଫଲାଇନ୍ କୋଚିଂର ସୁବିଧା ନାହିଁ, ସେମାନେ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ନିଜର ପାଠପଢ଼ା ଜାରି ରଖିପାରିବେ। ନିହାରିକାଙ୍କ ମତରେ, କୌଣସି ଛୋଟ ସହର କିମ୍ବା ଗାଁରେ ରହିବା ଅର୍ଥ ଏହା ନୁହେଁ ଯେ ସେଠାକାର ଛାତ୍ରଛାତ୍ରୀମାନେ ବଡ଼ ସ୍ୱପ୍ନ ଦେଖିପାରିବେ ନାହିଁ।

ଉଭୟ ବିରୋଧୀ କଂଗ୍ରେସ ଓ ବିଜେଡି‌ ଉପରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଛନ୍ତି: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.