Ankit Sharma: ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲା, ପୂର୍ବତନ ଆପ୍‌ ନେତା ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

3 hours ago 1
ARTICLE AD BOX

ନୂଆଦିଲ୍ଲୀ : ୨୦୨୦ ଦିଲ୍ଲୀ ଦଙ୍ଗା ସମୟ‌ରେ ଆଇବି(ଗୁଇନ୍ଦା ବ୍ୟୁରୋ) ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ପୂର୍ବତନ ଆପ୍‌ କାଉନସିଲର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିରିକ୍ତ ସେସନ୍ସ ବିଚାରପତି ପ୍ରବୀଣ ସିଂହ ଏହି ମାମଲାରେ ଅନ୍ୟ ୪ ଜଣ ଶାହ ଆଲମ, ମେହତାବ, ଗୁଲ୍‌ ଫିରୋଜ ଏବଂ ମହମ୍ମଦ ରିୟାନଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟ ଦେବା ସମୟରେ କୋର୍ଟ କହିଛନ୍ତି ,ଏହି ହତ୍ୟା ଅତ୍ୟନ୍ତ ନିର୍ମମ ଓ ବୀଭତ୍ସ ଥିଲା। 

ଆହୁରି ପଢନ୍ତୁ: Terrorist: କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଜଣେ ଆହତ

ହତ୍ୟା ପରେ ମୃତଦେହକୁ ନିକଟସ୍ଥ ନାଳରେ ଫିଙ୍ଗି ଦିଆଯାଇଥିଲା, ଯାହା ଅପରାଧର ଗୁରୁତ୍ୱକୁ ଆହୁରି ବଢ଼ାଇଥିଲା। କୋର୍ଟ କହିଛନ୍ତି, ପୀଡ଼ିତଙ୍କୁ ରକ୍ତପିପାସୁମାନେ ହତ୍ୟା କରିଥିଲେ। ୨୬ ବର୍ଷୀୟ ଅଙ୍କିତ ଶର୍ମା ଦଙ୍ଗା ସମୟରେ ଦୁଇ ଗୋଷ୍ଠୀକୁ ଶାନ୍ତ କରିବାକୁ ଯାଇଥିବା ବେଳେ ତାଙ୍କୁ ୨୦-୨୫ ଲୋକ ଘେରି ଯାଇଥିଲେ। ତାଙ୍କୁ ଛୁରୀ, ବାଡ଼ି, ଲୁହା ରଡ଼ ଓ ପଥରରେ ଆକ୍ରମଣ କରାଯାଇଥିଲା। ପରଦିନ ତାଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା। ଦିଲ୍ଲୀ ପୁଲିସ ଏହି ମାମଲାରେ ତାହିର ଏବଂ ଅନ୍ୟମାନଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା। କିନ୍ତୁ ଦୋଷୀମାନଙ୍କ ସଂସ୍କାର ହେବାର କିଛି ସମ୍ଭାବନା ନାହିଁ ବୋଲି ବିଚାରଣ ପ୍ରକ୍ରିୟାରେ ପ୍ରମାଣ ହୋଇନପାରିବାରୁ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଆହୁରି ପଢନ୍ତୁ: Assam: ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି: ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ, ସୁରଟରେ ପ୍ରବଳ ବର୍ଷା

ଦଣ୍ଡାଦେଶ ଘୋଷଣା ହେବାର କିଛି ସମୟ ପରେ, ଦିଲ୍ଲୀର ଆଇନମନ୍ତ୍ରୀ କପିଲ ମିଶ୍ର ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା ହେଉଛି ନ୍ୟାୟ ପ୍ରକ୍ରିୟାର ଆରମ୍ଭ। ଅଙ୍କିତ ଶର୍ମାଜୀଙ୍କୁ ଯେଭଳି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ଏବଂ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀରକୁ ଛୁରୀରେ ଆକ୍ରମଣ କରାଯାଇଥିଲା ଏବଂ ମର ଶରୀରକୁ ନାଳରେ ଫିଙ୍ଗି ଦିଆଯାଇଥିଲା ତାହା ନିଶ୍ଚିତ ଭାବେ ଏକ ଅତ୍ୟନ୍ତ ବିରଳ ଓ ଜଘନ୍ୟ ଅପରାଧ। ଆଶା କରାଯାଉଛି ଯେ ଉଚ୍ଚ ନ୍ୟାୟାଳୟରେ ଏହି ଆଜୀବନ କାରାଦଣ୍ଡକୁ ମୃତ୍ୟୁଦଣ୍ଡରେ ପରିବର୍ତ୍ତନ କରାଯିବ। ଅନ୍ୟପକ୍ଷେ ତାହିର ହୁସେନଙ୍କ ଓକିଲ କହିଛନ୍ତି ଯେ ସେ କେବଳ ଭିଡ଼ ମଧ୍ୟରେ ଥିଲେ ଏବଂ ହତ୍ୟାରେ ତାଙ୍କର ପ୍ରତ୍ୟକ୍ଷ ଭୂମିକା ନଥିଲା। ତାହିର ହୁସେନ ମଧ୍ୟ କହିଛନ୍ତି ଯେ ସେ ନ୍ୟାୟ ପାଇଁ ତାଙ୍କର ଆଇନଗତ ଲଢ଼େଇ ଜାରି ରହିବ। ଉକ୍ତ ରାୟକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.