ARTICLE AD BOX
ପ୍ରାଣୀ ଜଗତରେ ଏପରି କିଛି ଜୀବ ଅଛନ୍ତି ଯେଉଁମାନେ ଠିଆ ହୋଇ ଶୋଇପାରନ୍ତି। ସେମାନଙ୍କ ମଧ୍ୟରୁ ଅଗ୍ରଗଣ୍ୟ ହେଉଛି ହାତୀ। ବିଶାଳ ଶରୀର ଥିବା ହାତୀମାନେ ଠିଆ ହୋଇ କିଛି ସମୟ ପାଇଁ ଶୋଇ ପାରନ୍ତି। ଅତ୍ୟଧିକ ଓଜନ କାରଣରୁ ବାରମ୍ବାର ଭୂମିରୁ ଉଠିବା କଷ୍ଟକର ହୋଇଥିବାରୁ ଠିଆ ହୋଇ ଶୋଇବା ସେମାନଙ୍କ ପାଇଁ ସହଜ ହୋଇଥାଏ।
ଜିରାଫମାନଙ୍କର ଲମ୍ବା ଗୋଡ଼ ଥିବାରୁ ଭୂମିକୁ ଓହ୍ଲାଇବା ଓ ପୁଣି ଉଠିବା ଏକ ଜଟିଳ ପ୍ରକ୍ରିୟା ହୋଇଥାଏ। ସେମାନେ ଦିନକୁ ମାତ୍ର କିଛି ଘଣ୍ଟା ଶୋଇଥାନ୍ତି ଏବଂ ଶିକାରୀଙ୍କ ପ୍ରତି ସତର୍କ ରହିବା ପାଇଁ ପ୍ରାୟତଃ ଠିଆ ହୋଇ ବିଶ୍ରାମ ନେଇଥାନ୍ତି।
Cyclone: ଟଳିଲା ବିପଦ: ତୁହାକୁ ତୁହା ବର୍ଷା, ପ୍ରମୁଖ ନଦୀର ଜଳସ୍ତର ବଢ଼ୁଛି
ପାରାର ଏକ ବିଶେଷ ପ୍ରକୃତି ହେଲା ସେ ଶୋଇଥିବା ଅବସ୍ଥାରେ ମଧ୍ୟ ତା’ର ପଞ୍ଝା ଗଛର ଡାଳକୁ ଦୃଢ଼ ଭାବରେ ଜାବୁଡ଼ି ଧରିଥାଏ। ଫଳରେ ସେ ନିଦରେ ମଧ୍ୟ ଡାଳରୁ ପଡ଼େ ନାହିଁ।
ଫ୍ଲେମିଙ୍ଗୋମାନେ ଗୋଟିଏ ଗୋଡ଼ରେ ଠିଆ ହୋଇ ଶୋଇବା ପାଇଁ ବେଶ୍ ଜଣାଶୁଣା। ଏହି ଅବସ୍ଥାରେ ରହିବା ଦ୍ୱାରା ସେମାନେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିପାରନ୍ତି।
ଠିଆ ହୋଇ ଶୋଉଥିବା ସବୁଠାରୁ ପ୍ରସିଦ୍ଧ ଜୀବ ହେଉଛି ଘୋଡ଼ା। ତା’ ଗୋଡ଼ରେ ‘ଷ୍ଟେ ଆପାରଟସ୍’ ନାମକ ଏକ ସ୍ୱତନ୍ତ୍ର ପ୍ରଣାଳୀ ଥାଏ, ଯାହା ତା’ ଗୋଡ଼କୁ ଲକ୍ କରି ରଖିଥାଏ।
ଜେବ୍ରାମାନେ ସିଂହ ଭଳି ଶିକାରୀଙ୍କ କବଳରୁ ବର୍ତ୍ତିବା ପାଇଁ ସର୍ବଦା ଦଳରେ ରହନ୍ତି ଓ ସତର୍କ ବି ଥାଆନ୍ତି। ଘୋଡ଼ା ପରି ସେମାନଙ୍କର ଗୋଡ଼ରେ ଏକ ସ୍ୱତନ୍ତ୍ର ପ୍ରଣାଳୀ ଥାଏ, ଯାହା ସାହାଯ୍ୟରେ ସେମାନେ ମାଂସପେଶୀର ଅଧିକ ପରିଶ୍ରମ ବିନା ଠିଆ ହୋଇ ବିଶ୍ରାମ ନେଇପାରନ୍ତି।
DGP Case: ଡିଜିପି ମାମଲା: ମଙ୍ଗଳବାର ପୁଣି ଶୁଣାଣି, ଏଜିଙ୍କ ପାଇଁ ଦୁଃଖ ପ୍ରକାଶ କଲେ ସଲିସିଟର ଜେନେରାଲ

3 days ago
4


