ARTICLE AD BOX
ଅନୁଗୋଳ: ଅନୁଗୋଳ ଜିଲ୍ଲାର ବନ୍ତଳା ରେଞ୍ଜ ଅନ୍ତର୍ଗତ ଜାମୁଗାଡ଼ିଆ ସିନ୍ଦିରି ସାହିରେ ଜଙ୍ଗଲୀ ବାରହା ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ସରୋଜିନୀ ସାମଲ, ମଣ୍ଟୁ ସାମଲ ଏବଂ କୃଷ୍ଣ ନାଏକ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
Missing: ମହାନଦୀକୁ ଡେଇଁ ନାବାଳିକା ନିଖୋଜ, ଅଳ୍ପକେ ବର୍ତ୍ତିଲେ ମହିଳା
ସୁରକ୍ଷାକୁ ନେଇ ଚିନ୍ତା
ସୂଚନା ଅନୁଯାୟୀ, ହଠାତ୍ ଗାଁ ଭିତରକୁ ପଶି ଆସିଥିବା ଜଙ୍ଗଲୀ ବାରହା ଲୋକଙ୍କ ଉପରେ ଆକ୍ରମଣ କରିଥିଲା । କିଛି ସମୟ ପାଇଁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପ୍ରାଣ ବଞ୍ଚାଇବା ପାଇଁ ଲୋକେ ଏଣେତେଣେ ଦୌଡ଼ି ପଳାଇଥିଲେ। ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। ଏହି ଅଞ୍ଚଳରେ ଦିନ ହେଉ କି ରାତି, ବନ୍ୟଜନ୍ତୁମାନଙ୍କ ଅବାଧ ଚଳପ୍ରଚଳ ଜାରି ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଲୋକେ ସାହସ କରୁନାହାନ୍ତି । ବାରମ୍ବାର ବନ୍ୟଜନ୍ତୁ ଗାଁରେ ପଶୁଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।

1 month ago
17


