ARTICLE AD BOX
ରୁଷୀୟ ମହାକାଶଚାରୀ ପିୟୁଟର୍ ଦୁବ୍ରୋଭ୍ ଓ ଆନ୍ନା କିକିନାଙ୍କ ସହିତ ନାସା ମହାକାଶଚାରୀ ଅନିଲ ମେନନ ଜୁଲାଇ ୧୪ ତାରିଖ ଦିନ ଦୁଇଶହଦିନିଆ ଅଭିଯାନରେ ପ୍ରଥମକରି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ। ଭାରତୀୟ ପିତାଙ୍କ ଔରସ ଓ ୟୁକ୍ରେନୀୟ ମାତାଙ୍କ ଗର୍ଭରୁ ମିନିଆପଲିସ୍ରେ ଜନ୍ମିତ ଅନିଲ କାଜାଖ୍ସ୍ତାନସ୍ଥିତ ବୈକାନୁର୍ କସ୍ମୋଡ୍ରମ୍ରୁ ରୁଷୀୟ ସୋୟୁଜ୍ ଏମ୍ଏସ୍-ଟ୍ବେଣ୍ଟିନାଇନ୍ ମହାକାଶଯାନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବେ। ତିନିହେଁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ହାରାହାରି ୨୦୦ ଦିନ ଅତିବାହିତ କରି ୨୦୨୭ ବସନ୍ତକାଳ ବେଳକୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ।ବାସ୍ତବ କଥା ହେଉଛି ଅନିଲ ମହାକାଶଚାରୀ ନୁହନ୍ତି, ଜଣେ ଡାକ୍ତର। ମହାକାଶଯାନରେ ଯାତ୍ରା କରିବା ନିମନ୍ତେ ତାଲିମ ପାଇବା ଆଗରୁ ସେ ୨୦୧୦ରେ ହାଇତିରେ ଏବଂ ୨୦୧୫ରେ ନେପାଳରେ ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା କରିଥିଲେ। ଏଭରେଷ୍ଟ୍ ଶୃଙ୍ଗ ଆରୋହଣ ବେଳେ ଅସୁସ୍ଥ ହୋଇପଡ଼ିଥିବା ପର୍ବତାରୋହୀଙ୍କ ତତ୍ତ୍ବ ନେଇଥିଲେ। ମହାକାଶଚାରୀମାନଙ୍କୁ ଜୀବିତ ରଖିବାର ଦାୟିତ୍ବ ବହନ କରିବା ନିମନ୍ତେ ସ୍ପେସ୍-ଏକ୍ସ ତାଙ୍କୁ ପ୍ରଥମକରି ଡାକ୍ତର ଭାବେ ନିଯୁକ୍ତି ଦେଇଥିଲା।
Robots: କାର୍ ନିର୍ମାଣ କରୁଛି ରୋବଟ୍
ମାଧ୍ୟାକର୍ଷଣ ଶକ୍ତି ରକ୍ତର କ’ଣ କରେ ସେ ବିଷୟରେ ଅଧିକାଂଶ ଲୋକେ କଦାପି ଚିନ୍ତା କରନ୍ତି ନାହିଁ। ଅବଶ୍ୟ ପୃଥିବୀରେ ଏହାର କାର୍ଯ୍ୟ ଖୁବ୍ ସରଳ ହେଲେ ବି ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ମନୁଷ୍ୟ ଶରୀରରେ ରକ୍ତ ଧରି ରଖିବା ସହିତ ତାହାକୁ ଶରୀରର ନିମ୍ନ ଅର୍ଦ୍ଧାଂଶ ଆଡ଼କୁ ଟାଣିବାରେ ସହାୟକ ହୁଏ। ନଚେତ୍ ରକ୍ତ କେବଳ ଊର୍ଦ୍ଧ୍ବମୁଖୀ ହୋଇ ଛାତି, ମୁହଁ ଓ ମସ୍ତିଷ୍କ ଆଡ଼କୁ ପ୍ରବାହିତ ହୁଅନ୍ତା। ଏକଥା ମହାକାଶଚାରୀମାନେ ମଧ୍ୟ କହିଛନ୍ତି। ସେମାନେ କହନ୍ତି- କକ୍ଷପଥରେ ପହଞ୍ଚିବା ପରେ ସେମାନଙ୍କ ମୁହଁ ଓ ବେକ ଶିର ଫୁଲିଯାଏ ଏବଂ ମୁଣ୍ଡ ସବୁବେଳେ ଥଣ୍ଡାଳିଆ ଲାଗେ। ତେଣୁକରି, ମାଧ୍ୟାକର୍ଷଣ ଶକ୍ତି ବିହୁନେ ଶରୀରରେ ରକ୍ତ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗରେ କ’ଣ ଘଟୁଛି, ଏହି ୨୦୦ ଦିନରେ ଅନିଲ ସେ ସମ୍ବନ୍ଧୀୟ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ବୈଜ୍ଞାନିକ ତଥ୍ୟାବଳି ସଂଗ୍ରହ କରିବେ। ଏଭଳି କାର୍ଯ୍ୟ ସମ୍ପାଦନ କରିବା କ୍ଷେତ୍ରରେ ସେ ହେବେ ପ୍ରଥମ ମହାକାଶଚାରୀ-ଡାକ୍ତର।
Paparazzi: ପାପାରାଜ୍ଜି ଉପରେ ଖପା
ଊର୍ଦ୍ଧ୍ବମୁଖୀ ତରଳ ପଦାର୍ଥ ଦ୍ବାରା ସୃଷ୍ଟ ଚାପକୁ ‘ସ୍ପେସ୍ଫ୍ଲାଇଟ୍-ଆସୋସିଏଟେଡ୍ ନ୍ୟୁରୋ-ଅକ୍ୟୁଲାର୍ ସିଣ୍ଡ୍ରୋମ୍’ ବା ସଂେକ୍ଷପରେ ‘ସାନ୍ସ୍’ କୁହାଯାଏ। ଏଥିଯୋଗୁଁ ଚକ୍ଷୁରପଶ୍ଚାତ୍ଭାଗ କ୍ରମଶଃ ଚଟକା ହୋଇଆସେ। ଆଖି ଓ ମସ୍ତିଷ୍କକୁ ସଂଯୋଗ କରୁଥିବା ଅପ୍ଟିକ୍ ନର୍ଭ ଫୁଲିଉଠେ। ତେଣୁ କେତେକ ମହାକାଶଚାରୀଙ୍କୁ ସବୁ ଜିନିଷ ଜାଲୁଜାଲୁଆ ଦିଶେ। କେହି ସମ୍ପୂର୍ଣ୍ଣ ରୂପେ ଏହାର କାରଣ ବୁଝି ପାରିନାହାନ୍ତି ଅଥବା ନିରାକରଣ ଉପାୟ ପାଇ ନାହାନ୍ତି। ଏହି ସମସ୍ୟା ଉପରେ ଗବେଷଣା କରିବା ଲାଗି ନାସା ମେନନ୍ଙ୍କୁ ପ୍ରେରଣ କରୁଛି। ଅଲ୍ଟ୍ରାସାଉଣ୍ଡ୍ ସହାୟତାରେ ମେନନ୍ ତାଙ୍କ ଶିରରେ ଘଟୁଥିବା ପରିବର୍ତ୍ତନ, ରକ୍ତ ସଞ୍ଚାଳନ ସ୍ଥାନାନ୍ତରଣ ଇତ୍ୟାଦି ଲକ୍ଷ୍ୟ କରିବେ। କାରଣ, ପୃଥିବୀରେ ଏତାଦୃଶ ପରିବେଶ ସୃଷ୍ଟିକରି ଏସବୁ ପରିବର୍ତ୍ତନ ଉପରେ ଗବେଷଣା କରିବା ସମ୍ଭବ ନୁହେଁ।
ତାଙ୍କ ଗବେଷଣାଲବ୍ଧ ଫଳାଫଳ ମଙ୍ଗଳ ଗ୍ରହ ଅଭିମୁଖେ ଯାତ୍ରା ପ୍ରସ୍ତୁତି ନିମନ୍ତେ ସହାୟକ ହେବ। ମଙ୍ଗଳ ଗ୍ରହ ଯାତ୍ରା ମଧ୍ୟ ସେହି ଧରଣର ମାଧ୍ୟାକର୍ଷଣଶକ୍ତିରହିତ ପରିବେଶରେ ଦୀର୍ଘମାସ ଧରି ଚାଲିବ। ଏଭଳି ପରିସ୍ଥିତିରେ ମହାକାଶଚାରୀଙ୍କ ଶରୀରରେ ଘଟୁଥିବା ପରିବର୍ତ୍ତନର ନିର୍ଦ୍ଦିଷ୍ଟ କାରଣ ଓ ନିରାକରଣ ନ ଜାଣିଲେ ମଙ୍ଗଳ ଗ୍ରହ ଯାତ୍ରା ସମୟରେ ମହାକାଶଚାରୀଙ୍କୁ ନିରାପଦରେ ରଖିହେବ ନାହିଁ। ଏହା ବ୍ୟତିରକେ, ମେନନ୍ ଗ୍ରହଣ କରିଥିବା ଦ୍ବିତୀୟ ଦାୟିତ୍ବ ହେଉଛି- ମହାକାଶ ଔଷଧ ପ୍ରସ୍ତୁତି କ୍ଷେତ୍ରରେ କେତେକ ବିଶେଷ ପରିବର୍ତ୍ତନ। ସେଠାରେ ସେ ମହାକାଶ କେନ୍ଦ୍ରରେ ଥିବା ପୁନଃପ୍ରକ୍ରିୟାକୃତ ପାନୀୟ ଜଳରେ ଷ୍ଟେରାଇଲ୍ ସାଲାଇନ୍ ପ୍ରସ୍ତୁତ କରିବେ। ଯଦି ଏଥିରେ ସେ ସଫଳ ହୁଅନ୍ତି, ତା’େହଲେ ମଙ୍ଗଳ ଗ୍ରହ ଅଭିମୁଖେ ଯାଉଥିବା ମହାକାଶଚାରୀମାନେ ସାଥିରେ ନେଇଥିବା ଜଳ ପୁନଃପ୍ରକ୍ରିୟାକରଣ କରି ଚାହିଦା ମୁତାବକ ମେଡିକାଲ୍ ଫ୍ଲୁଇଡ୍ ପ୍ରସ୍ତୁତ କରି ଆବଶ୍ୟକ ବେଳେ ଜୀବନ ବଞ୍ଚାଇ ପାରିବେ।

2 weeks ago
5


