ARTICLE AD BOX
ଭୁବନେଶ୍ୱର: ଆଜି (ଶୁକ୍ରବାର) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଙ୍ଗନବାଡ଼ି, ଅଙ୍ଗନବାଡ଼ିକର୍ମୀ ଓ ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋଚନା ହୋଇଛି। ବୈଠକରେ ଅଙ୍ଗନବାଡ଼ିକର୍ମୀଙ୍କ ଦରମା, ମୃତ୍ୟୁକାଳୀନ ଅନୁକମ୍ପାମୂଳକ ସହାୟତା ଆଦି ବୃଦ୍ଧି କରାଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟକୁ ସ୍ବଚ୍ଛ ଓ ସୁଦୃଢ଼ କରିବାକୁ ଏକାଧିକ ନୀତି ମଧ୍ୟ ଲାଗୁ କରାଯାଇଛି।
Salary Hike: ଅଙ୍ଗନବାଡ଼ି କର୍ମୀଙ୍କ କଥା ଶୁଣିଲେ ସରକାର; ଏଣିକି ଦରମା ମିଳିବ ଏତିକି ଟଙ୍କା
ବୈଠକରୁ ମିଳିଥିବା ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଷ୍ଟଣ୍ଟି’ (Stunting ବା ବୟସ ଅନୁସାରେ ଉଚ୍ଚତା କମ୍ ରହିବା) ଏବଂ ୱେଷ୍ଟିଂ(Wasting ବା ଉଚ୍ଚତା ଅନୁସାରେ ଓଜନ କମ୍ ରହିବା) ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ପ୍ରତିଦିନ ନିୟମିତ ଭାବେ ଖୋଲା ରହେ, ତାହା ସୁନିଶ୍ଚିତ କରାଯିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/filters:format(webp)/sambad/media/media_files/2026/11/27/anganawadi-and-child-welfare-2026-11-27-21-32-06.jpeg)
ତୃଣମୂଳ ସ୍ତରରେ କାର୍ଯ୍ୟର ଯାଞ୍ଚ କରିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରରୁ ଅଧିକ ସଂଖ୍ୟକ ଟିମ୍ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସୁପରଭାଇଜର ଏବଂ ସିଡିପିଓ (CDPO) ମାନେ ଦୈନିକ ଭିତ୍ତିରେ ସମୀକ୍ଷା କରି ପ୍ରତିଦିନର ସ୍ଥିତି ରିପୋର୍ଟ ପ୍ରଦାନ କରିବାକୁ ସେ କହିଛନ୍ତି। ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କୁ ସଠିକ୍ ଭାବେ ରିଫ୍ରେସର ତାଲିମ ପ୍ରଦାନ କରିବେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜସ୍ୱ ଉଦ୍ୟମରେ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Anganwadi Centre in the Capital: ରାଜଧାନୀରେ ଅଙ୍ଗନବାଡ଼ି କେନ୍ଦ୍ର: କୁନିପିଲା ବାରଦୁଆର, ୫୬୮ରୁ ୨୭୫ର ନାହିଁ ନିଜସ୍ବ ଘର
ଗୁଣାତ୍ମକ ଶିକ୍ଷା ଓ ସେବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଙ୍ଗନବାଡ଼ି କର୍ମୀମାନେ ନିଜର ସାକ୍ଷରତା ହାର ବୃଦ୍ଧି କରିବା ସହ କୁନି କୁନି ଶିଶୁମାନଙ୍କୁ ଶିକ୍ଷାଦାନ କରିବାର ଶୈଳୀରେ ଉନ୍ନତି ଆଣିବା ଆବଶ୍ୟକ। ‘ପୋଷଣ ଟ୍ରାକର’କୁ ନିୟମିତ ଭାବେ ତଦାରଖ କରିବା ଏବଂ ଏହାର ତଥ୍ୟକୁ ସକାରାତ୍ମକ ଭାବେ ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ‘ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ’ (NFHS) ରିପୋର୍ଟକୁ ସଠିକ୍ ଭାବେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଜନସେବା କ୍ଷେତ୍ରରେ କୌଣସି ପ୍ରକାର ଆଦେଶ ଅମାନ୍ୟ ନ କରିବାକୁ କଡ଼ା ତାଗିଦ କରିବା ସହ ସୁପରଭାଇଜରମାନେ ନିୟମିତ ଭାବେ ସେବା ରେକର୍ଡ (Service Record) ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
Sarpanch resigns from post: ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ ସରପଞ୍ଚ ପଦ ଛାଡ଼ିଲେ: ନିଯୁକ୍ତିର ମାସକ ପରେ ବହିଷ୍କାର ନୋଟିସ୍
ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରର ରିପୋର୍ଟ ପ୍ରଥମେ ସିଡିପିଓ (CDPO) ମାନଙ୍କ ନିକଟକୁ ଯିବ ଏବଂ ସିଡିପିଓମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାକୁ ଆଧାର କରି ପରବର୍ତ୍ତୀ ପରାମର୍ଶ ଓ ପଦକ୍ଷେପ ଗ୍ରହଣ କରାଯିବ। ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କର ମୂଳ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପୋଷଣ ସହାୟତା ପାଇଁ ‘‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ମାଧ୍ୟମରେ ଅତିରିକ୍ତ ପୋଷଣ ସହାୟତା ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ଅନେକ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବା ଦୃଷ୍ଟିରୁ ‘ସମୃଦ୍ଧ ଅଙ୍ଗନବାଡ଼ି କେନ୍ଦ୍ର’ ଯୋଜନା ଅଧୀନରେ ଉପଯୁକ୍ତ ଗୃହ ନିର୍ମାଣ କରାଯିବ ଏବଂ ଏ ଦିଗରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
Anganwadi workers: ଅସନ୍ତୋଷ ଝାଡ଼ିଲେ ଅଙ୍ଗନବାଡ଼ି କର୍ମୀ, ସହାୟିକା: ସରକାରୀ କର୍ମଚାରୀ ମାନ୍ୟତା ଦାବି କଲେ
ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଉନ୍ନୟକ କମିଶନର, ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ସଚିବ ସଞ୍ଜୀବ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ବିଭାଗୀୟ ସଚିବ ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

16 minutes ago
1


