ARTICLE AD BOX
ଆନନ୍ଦପୁର: ଆନନ୍ଦପୁର ରିଙ୍ଗ୍ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଇର୍ଟିଗା କାର୍ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ ମୃତଦେହ ପ୍ରାୟ ୩୦ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳଙ୍କ ଦୀର୍ଘ ସମୟର ଖୋଜାଖୋଜି ପରେ ବନ୍ୟା ପାଣିରୁ ମୃତଦେହ ଠାବ କରାଯାଇଥିଲା।
ଆହୁରି ପଢନ୍ତୁ: Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ଆଜି ୩ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ; ବର୍ଷାରୁ ଆଶ୍ୱସ୍ତି ମିଳିବ ଆଗାମୀ ୩ଦିନ
ସୂଚନାଯୋଗ୍ୟ ଯେ, ଲଗାଣ ବର୍ଷା ଯୋଗୁ ରିଙ୍ଗ୍ ରୋଡ଼ରେ ପ୍ରାୟ ୩୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଏହି ସମୟରେ କାର୍ଟି ପ୍ରବଳ ସ୍ରୋତରେ ଭାସିଯାଇଥିବାବେଳେ ଚାଳକ ସଦାଶିବ ମହାନ୍ତି ନିଖୋଜ ହୋଇଯାଇଥିଲେ। ଘଟଣା ପରଠାରୁ ଅଗ୍ନିଶମ ବିଭାଗ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଲଗାତାର ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଦୀର୍ଘ ୩୦ ଘଣ୍ଟାର ତଲାସି ପରେ ଆଜି ସଦାଶିବ ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି l

58 minutes ago
1


