Amarinder Singh: ବିଜେପି ମୋ ଅଭିଜ୍ଞତାକୁ ବ୍ୟବହାର କରୁନି: ଅମରିନ୍ଦର

1 day ago 2
ARTICLE AD BOX

ଚଣ୍ଡୀଗଡ଼:ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଦଳର ଆଭ୍ୟନ୍ତରୀଣ ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ଆଗାମୀ ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ, ପଞ୍ଜାବ ରାଜନୀତିରେ ତାଙ୍କର ଛଅ ଦଶନ୍ଧିର ସୁଦୀର୍ଘ ଅଭିଜ୍ଞତା ଥାଇ ବି ଦଳ ତାଙ୍କର ମତାମତ ଲୋଡ଼ୁନଥିବା ସେ କହିଛନ୍ତି। 

ରାଜନୀତିରେ ବର୍ଷେ ବି ପୂରିନାହିଁ

ଏକ ସାକ୍ଷାତକାରରେ ଦୁଇଥରର ମୁଖ୍ୟମନ୍ତ୍ରୀ ରହିସାରିଥିବା ଅମରିନ୍ଦର ପ୍ରକାଶ କରିଛନ୍ତି ଯେ ରାଜ୍ୟ ଦାୟିତ୍ୱରେ ଥିବା କେତେକ ବିଜେପି ପଦାଧିକାରୀଙ୍କର ପଞ୍ଜାବ ରାଜନୀତିରେ ବର୍ଷେ ବି ପୂରିନାହିଁ। ଏହା ସତ୍ତ୍ୱେ ବିଗତ ୬୦ ବର୍ଷ ଧରି ରାଜ୍ୟର ନିର୍ବାଚନ ଓ ଆଞ୍ଚଳିକ ସମସ୍ୟାକୁ ନିକଟରୁ ଦେଖିଥିବା ନେତାଙ୍କ ସହ କୌଣସି ଆଲୋଚନା କରାଯାଉନାହିଁ। ନିଜର ଏବଂ ନିଜ ସହଯୋଗୀଙ୍କ ଅଭିଜ୍ଞତାକୁ ବିଜେପି ସମ୍ମାନ ଦେବା ସହ ପରାମର୍ଶ ନେବା ଉଚିତ୍ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୨୦୨୧ରେ କଂଗ୍ରେସ ଛାଡ଼ି ନିଜସ୍ୱ ଦଳ ''ପଞ୍ଜାବ ଲୋକ କଂଗ୍ରେସ'' ଗଠନ କରିଥିବା ଅମରିନ୍ଦର, ୨୦୨୨ରେ ଏହାକୁ ବିଜେପି ସହ ମିଶ୍ରଣ କରିଥିଲେ। ତେବେ ଏହି ବକ୍ତବ୍ୟ ପରେ ସେ ପୁଣି କଂଗ୍ରେସକୁ ଫେରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ବି ସେ ବିଜେପି ଛାଡ଼ିବା ଚିନ୍ତା କରୁନଥିବା ସ୍ପଷ୍ଟ କରିଛନ୍ତି। ପଞ୍ଜାବ ବିଷୟରେ ନିଜର ମତାମତ ରଖିବା ବିଜେପିର ଜଣେ ଦାୟିତ୍ବବାନ ସଦସ୍ୟ ଭାବେ ତାଙ୍କର କର୍ତ୍ତବ୍ୟ ଏବଂ ଏହାର ଅର୍ଥ ଦଳ ଛାଡ଼ିବା ନୁହେଁ ବୋଲି ସେ ଦୋହରାଇଛନ୍ତି।

Cuba Operation: ହାଭାନା ଉପରେ ଏବେ ଟ୍ରମ୍ପଙ୍କ ନଜର: ସମ୍ଭାବ୍ୟ କ୍ୟୁବା ଅପରେସନ ପାଇଁ ଆମେରିକା ସାମରିକ ବାହିନୀର ପ୍ରସ୍ତୁତି

ସେହିପରି ନିଜ ବୟସକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତରରେ ୮୪ ବର୍ଷୀୟ ଅମରିନ୍ଦର କହିଛନ୍ତି ଯେ ବୟସ ରାଜନୈତିକ କ୍ୟାରିୟରର ଅନ୍ତ ଘଟାଏ ନାହିଁ। ଏହି ପ୍ରସଙ୍ଗରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଈଙ୍କ ଉଦାହରଣ ଦେଇଥିଲେ। ପୂର୍ବତନ କ୍ରିକେଟର ବିଶନ ସିଂହ ବେଦୀଙ୍କ ସ୍ମରଣାର୍ଥେ ଉନ୍ମୋଚିତ ପୁସ୍ତକ ''ବିଶନ୍ ୱିଥ୍ ଲଭ୍''ର ଉନ୍ମୋଚନ ଉତ୍ସବରେ ସେ ଏହି ବକ୍ତବ୍ୟ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ କପିଲ ଦେବଙ୍କ ଭଳି ପ୍ରସିଦ୍ଧ କ୍ରିକେଟରମାନେ ଉପସ୍ଥିତ ଥିଲେ। ଫାରୁକ ଅବଦୁଲ୍ଲା ମଧ୍ୟ ଅମରିନ୍ଦର ପୁଣିଥରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଆସନ୍ତା ବର୍ଷ ପଞ୍ଜାବର ୧୧୭ଟି ଆସନ ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.