Alleged Sexual Assault ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, ବୃଦ୍ଧ ଗିରଫ

1 hour ago 2
ARTICLE AD BOX

ବ୍ରଜରାଜନଗର:  ଝାରସୁଗୁଡ଼ାଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ  ଜଣେ ବୃଦ୍ଧ(୭୦)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Minor Girl Sexually Assaulted ମ. ରାମପୁର ଲଜ୍ଜା, ନାବାଳିକା ଝିଆରିଙ୍କୁ ଗର୍ଭବତୀ କରି କକା ଗିରଫ

ଅଭିଯୁକ୍ତ  ବୃଦ୍ଧଙ୍କ ଘର ନିକଟରେ  ପୀଡ଼ିତାଙ୍କ ଘର।  କେହି ନଥିବାର ସୁଯୋଗରେ ଅଭିଯୁକ୍ତ ବୃଦ୍ଧଜଣକ ପୀଡ଼ିତାଙ୍କୁ ପ୍ରଲୋଭନ ଦେଖାଇ ନିଜ ଘରକୁ ଡ଼ାକି ନେଇଥିଲେ। ଘରେ ବଳପୂର୍ବକ  ଦୁଷ୍କର୍ମ  କରିଥିଲେ। ରକ୍ଷାପାଇଁ ନାବାଳିକା ଜଣକ  ଚିତ୍କାର କରିଥିଲେ।  

Arrest: ଦିବ୍ୟାଙ୍ଗ ନାବାଳିକା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉଜଣେ ଫେରାର

ପାଖପୋଡ଼ଶୀ ଚିତ୍କାର ଶୁଣି ଅଭିଯୁକ୍ତର ଘର ନିକଟରେ ପହଞ୍ଚି ଥିଲେ। କବାଟ ଭିତରୁ  ବନ୍ଦ ଥିବାରୁ  ସେମାନେ କବାଟ ବାଡ଼େଇ ଖୋଲିବାକୁ କହିଥିଲେ। କବାଟ ଖୋଲିବା ପରେ ସେମାନେ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲେ। ପରେ ଘଟଣା ସମ୍ପର୍କରେ ନାବାଳିକା ମା’  ବ୍ରଜରାଜନଗର ଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ  ନାବାଳିକାଙ୍କ ଡାକ୍ତରି ମାଇନା ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.