Alleged Robbery Plot ତନ୍ତିଆପାଳରେ ଡକାୟତି ଯୋଜନା ପଣ୍ଡ, ୪ ଧରାପଡ଼ିଲେ, ଜଣେ ଦୌଡ଼ି ପଳାଇ‌ଲା

1 hour ago 1
ARTICLE AD BOX

ମହାକାଳପଡ଼ା (ସଞ୍ଜୟ ଦାସ ): ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରୁ ଗତକାଲି (ରବିବାର) ବିଳମ୍ବିତ ରାତିରେ ଥାନା ଅଞ୍ଚଳରୁ ଚୋରି କରିବା ଉଦ୍ଦେଶ୍ୟରେ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ତେବେ ଜଣେ ଫେରାର୍‌ ହୋଇଯାଇଥିବା ବେଳେ ଧରିବା ପାଇଁ ପୁଲିସ ତନାଘନା କରୁଛି। 

ଡକାୟତି ଯୋଜନା ପଣ୍ଡ: ପୁଲିସକୁ ଭୟ ଦେଖାଇ ମଧ୍ୟ ବର୍ତ୍ତିପାରିଲେନି ୯ ଦୁର୍ବୃତ୍ତ
ଘଟଣାରୁ ପ୍ରକାଶ, ତନ୍ତିଆପାଳ ଥାନାର ଏଏସ୍‌ଆଇ ପ୍ରତାପ ଚନ୍ଦ୍ର ମହାନ୍ତି କେତେକ ସହକର୍ମୀଙ୍କ ସହିତ ରବିବାର ରାତି ପ୍ରାୟ ସାଢେ ୧୨ ଟା ସମୟରେ ବାବର-ଜଗରଜୋର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେମାନଙ୍କୁ ୫ ଜଣ ଅସାମାଜିକ ବ୍ୟକ୍ତି ତନ୍ତିଆପାଳ ନିକଟ କାଇତାଲା ଆଡିବନ୍ଧ ନିକଟ ନିଛାଟିଆ ସ୍ଥାନରେ ଡକାୟତି ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଥିଲା।

Crime - mahakalpada1

 ସୂଚନାଧାରରେ ଶ୍ରୀ ମହାନ୍ତି ସଦଳବଳେ ଉକ୍ତ ସ୍ଥାନରେ ପହଁଚି ସେମାନଙ୍କୁ ଘେରାଉ କରିଥିଲେ। ପରେ ଉକ୍ତ ଅସାମାଜିକ ବ୍ୟକ୍ତିମାନେ ପୁଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲେ।  ପୁଲିସ ସେମାନଙ୍କ ପିଛା କରି ଧରିଥିଲେ। ଅନ୍ୟ ଜଣେ ଅପରାଧୀ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛି ।

Robbery plan: ଡକାୟତି ଯୋଜନା: ଫସିଲେ ୧୦ ଅପରାଧୀ, ୩ ମାଉଜର, ୪ ଗୁଳି, ୩ ମାଗାଜିନ୍‌ ଓ ୨ କଟୁରି ଜବତ
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ,  ପାରାଦ୍ୱୀପ ଉଦୟବଟ ଭୀମନାସି ଅଞ୍ଚଳର ରିଦାଇ ଗାଇନି (୨୨), ବଡ଼ପଡିଆ ଥାନା ବଲ୍ଲୀଝରା ଗ୍ରାମର ପ୍ରକାଶ ପାଞ୍ଜା (୨୫), କଟକଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପଦାପଥର ଗ୍ରାମର ସୁରେନ୍ଦ୍ର କୁଦା(୨୨), ପାର୍ବତୀପୁର ଗ୍ରାମର ଥୋମାସ ପୂର୍ତ୍ତି(୨୧)। 

Armed Robbery: ଜୟପୁରରେ ସଶସ୍ତ୍ର ଡକାୟତି: ଚିକିତ୍ସା ବାହାନାରେ ଘରେ ପଶିଲେ, ବନ୍ଧୁକ ମୁନରେ ୧ ଲକ୍ଷ ୩୦ ହଜାର ଓ ସୁନାଗହଣା ଲୁଟିଲେ
ପୁଲିସ ଏକ କାର, ଗୋଟିଏ ମୋଟର ସାଇକେଲ, ୪ଟି ମୋବାଇଲ ଫୋନ, ଲୁହା ରଡ଼, କ୍ରୋବାର, କଟାରୀ, ବୋଲ୍ଟ କଟର, ଟର୍ଚ୍ଚ, ଖିଲ୍ଲି ପାଉଡର ପ୍ୟାକେଟ, ବ୍ରାସ ପଞ୍ଚ, ବ୍ଲେଡ ଓ କାଠରେ ନିର୍ମିତ ହାକ୍ସ ଫ୍ରେମ ଆଦିକୁ ଜବତ କରାଯାଇଛି | ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ନଂ ୨୫୯/୨୬ ରୁଜୁ କରି ସମସ୍ତ ୪ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଖସି ଯାଇଥିବା ଅନ୍ୟ ଜଣେ ଅପରାଧୀକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ନରେଶ ସାହୁ ସୂଚନା ଦେଇଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.