Al Jazeera Ban: ପିଓକେ ଦମନଲୀଳା ପ୍ରସାରଣର ପରିଣାମ; ଅଲ୍‌ ଜଜିରାକୁ ବ୍ୟାନ୍‌ କଲା ପାକିସ୍ତାନ

1 hour ago 1
ARTICLE AD BOX

ଇସଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଚାଲିଥିବା ସରକାର ବିରୋଧୀ ପ୍ରତିବାଦ ଏବଂ ନିର୍ବାଚନ ସମୟରେ ଇସଲାମାବାଦର ନିର୍ମମ ଦମନଲୀଳା ଉପରେ କ୍ରମାଗତ ଖବର ପ୍ରସାରଣ କରିବା ପରେ କତର ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଅଲ୍‌ ଜଜିରା’ ଉପରେ ପାକିସ୍ତାନ କଟକଣା ଲଗାଇଛି। 

ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ଏପର୍ଯ୍ୟନ୍ତ ଏହି ବ୍ୟାନ୍ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ ମଧ୍ୟ ସମଗ୍ର ପାକିସ୍ତାନରେ ଉପଭୋକ୍ତା ଅଲ୍‌ ଜଜିରାର ଇଂରାଜୀ ୱେବସାଇଟ୍ ବ୍ୟବହାର କରିବାରେ ଅସମର୍ଥ ହେଉଥିବା ଦାବି କରିଛନ୍ତି। ଅପରପକ୍ଷରେ, ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଲ୍‌ ଜଜିରା ଉପରେ ଚୟନାତ୍ମକ ଖବର ପ୍ରସାରଣ କରିବା ସହ ନିର୍ବାଚନ ଏବଂ ମତଦାନ ପ୍ରକ୍ରିୟାକୁ ବିଭାନ୍ତିକର ଭାବେ ଉପସ୍ଥାପନ କରିଥିବା ଅଭିଯୋଗ ଆଣିଛି।

ମନ୍ତ୍ରଣାଳୟ ନିଜର ଏକ୍ସ ହ୍ୟାଣ୍ଡେଲରେ ଜାରି କରିଥିବା ଏକ ବିବୃତିରେ କହିଛି ଯେ, ମୁଜାଫରାବାଦର କିଛି ନିର୍ଦ୍ଦିଷ୍ଟ ମତଦାନ କେନ୍ଦ୍ରରୁ ଅଲ୍‌ ଜଜିରାର ପକ୍ଷପାତପୂର୍ଣ୍ଣ ରିପୋର୍ଟିଂକୁ ଆମେ ଦେଖିଛୁ। ସେମାନେ ନିଜ ଇଚ୍ଛା ଅନୁସାରେ ସମୟ ବାଛି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବୟାନ ଜରିଆରେ ପିଓକେ ନିର୍ବାଚନକୁ ନିନ୍ଦିତ କରିବାକୁ ଚେଷ୍ଟା କରିଛନ୍ତି। ସରକାର ଏହି ଗଣମାଧ୍ୟମ ଉପରେ କାମଳ ସାମ୍ବାଦିକତା ବା ଅତିରଞ୍ଜିତ ତଥ୍ୟ ପ୍ରସାରଣର ଅଭିଯୋଗ ମଧ୍ୟ ଆଣିଛନ୍ତି।

କିଛି ଦିନ ପରେ ଭାରତରେ ଆପଣାଛାଏଁ ମିଶିଯିବ ‘ପାକିସ୍ତାନ ଅଧିକୃତ କଶ୍ମୀର’: କେନ୍ଦ୍ରମନ୍ତ୍ରୀ ଭି. କେ. ସିଂହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.