Air Pollution: ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ ଜାରି: କୁହୁଡ଼ି ଓ ପ୍ରଦୂଷଣରେ ଅସ୍ତବ୍ୟସ୍ତ ଜନସାଧାରଣ ଏକ୍ୟୁଆଇ ୩୨୧

9 hours ago 3
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ଗୁଣବତ୍ତା ଗୁରୁବାର ସକାଳେ ଅତି ଖରାପ ରହିଛି। ଭୟଙ୍କର ପ୍ରଦୂଷଣ ଓ ଘନକୁହୁଡ଼ି ଯୋଗୁ ଦିଲ୍ଲୀବାସୀ ଅଣନିଃଶ୍ବାସୀ ହୋଇପଡ଼ିଥିବାବେଳେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ସକାଳ ୭ଟାରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୨୧ ରେକର୍ଡ କରାଯାଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆବରଣ ଦେଖାଯାଇଛି, ଯାହା ଫଳରେ ସକାଳ ସମୟରେ ଦୃଶ୍ୟମାନତା ହ୍ରାସ ପାଇଛି।

ସିପିସିବି ତଥ୍ୟ ଅନୁସାରେ ପିଏମ୍‌ ୨.୫ ଓ ପିଏମ୍‌ ୧୦ ମୁଖ୍ୟ ପ୍ରଦୂଷକ ରହିଛି। ବାୟୁ ଗୁଣବତ୍ତା ନିରୀକ୍ଷଣ କେନ୍ଦ୍ରଗୁଡ଼ିକ ମଧ୍ୟରେ ଏନ୍‌ଏସ୍‌ୟୁଟି ଜଫର୍‌ପୁର୍‌ରେ ଏକ୍ୟୁଆଇ ସର୍ବାଧିକ ୩୯୯ ରେକର୍ଡ଼ କରାଯାଇଛି। ଚାନ୍ଦିନୀ ଚୌକରେ ୩୮୭, ପୁସା(ଆଇଆଇଟିଏମ୍‌)ରେ ୩୮୬, ଏନ୍‌ଏସ୍‌ଆଇଟି ଦ୍ବାରକା (୩୮୩) ଓ ଜେଏନ୍‌ୟୁରେ ୩୭୮ ରହିଛି। ପଞ୍ଜାବୀ ବାଗ୍‌ ୩୭୧, ଛାୱଲାରେ ୩୬୮ ଓ ସିଆର୍‌ଆର୍‌ଆଇ ମଥୁରା ରୋଡ଼ରେ ୩୬୫ ରହିଛି। ନଭେମ୍ବର ୮ ତାରିଖରେ ଦୀପାବଳି ପାଳନ ପରଠାରୁ ରାଜଧାନୀର ବାୟୁ ଗୁଣବତ୍ତା ଅତି ଖରାପ ରହିଛି। 

କୁହୁଡ଼ି ଯୋଗୁଁ ପ୍ରଦୂଷଣ ଆହୁରି ବଢ଼ିଛି
ସୋମବାର ଅନେକ ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ସ୍ତର ‘ସାଂଘାତିକ’ ବର୍ଗରେ ୪୦୦ ଉପରେ ରେକର୍ଡ କରାଯାଇଥିଲା। ସକାଳୁ ସକାଳୁ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଥିଲା। ଦିଲ୍ଲୀରେ ତାପମାତ୍ରା ହ୍ରାସ ଓ ମଧ୍ୟମ କୁହୁଡ଼ି ଯୋଗୁଁ ପ୍ରଦୂଷଣ ଆହୁରି ବଢ଼ିଛି। ପ୍ରଦୂଷଣ ପ୍ରଭାବ ନିୟନ୍ତ୍ରିତ କରିବା ପାଇଁ ଦିଲ୍ଲୀ ସରକାର ସାରା ସହରରେ ପାଣି ସିଞ୍ଚନକାରୀ ନିୟୋଜିତ କରିଛନ୍ତି। ବୁଧବାର ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍‌) ର ସଦସ୍ୟ ସଚିବ ଓ ସଦସ୍ୟ (ବୈଷୟିକ) ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ରାଜଧାନୀରେ ବାୟୁ ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରିଥିଲେ।

Bangladesh: ୧୪୬ ମୃତକଙ୍କ ମଧ୍ୟରେ ୧୧୯ ହିନ୍ଦୁ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ହତ୍ୟାକୁ ନେଇ ନୂଆ ରିପୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.