Air India: ବିଶ୍ବର ଶ୍ରେଷ୍ଠ ଏୟାରଲାଇନ୍‌: ୫୭ତମ ସ୍ଥାନରେ ଏୟାର ଇଣ୍ଡିଆ

1 week ago 5
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ବିମାନ କମ୍ପାନି ତାଲିକାରେ ଭାରତୀୟ ଏୟାରଲାଇନଗୁଡ଼ିକ ମଧ୍ୟରେ ଏୟାର ଇଣ୍ଡିଆ ଆଗରେ ରହିଛି। ସ୍କାଇଟ୍ରାକ୍ସର ୨୦୨୬ ୱାର୍ଲଡ୍‌ ଏୟାରଲାଇନ୍ ଆୱାର୍ଡସରେ ଏୟାର ଇଣ୍ଡିଆ ବିଶ୍ୱସ୍ତରରେ ୫୭ତମ ସ୍ଥାନରେ ରହିଛି। ଗତବର୍ଷ ୮୪ତମ ସ୍ଥାନରେ ଥିବା ଏୟାର ଇଣ୍ଡିଆ ଏଥର ୨୭ଟି ସ୍ଥାନ ଉପରକୁ ଉଠିଛି। ଅନ୍ୟପକ୍ଷରେ ଇଣ୍ଡିଗୋ ୬୧ତମ ସ୍ଥାନରେ ରହିଛି। ଗତବର୍ଷ ୩୯ତମ ସ୍ଥାନରେ ଥିବା ଇଣ୍ଡିଗୋ ଏଥର ୨୨ଟି ସ୍ଥାନ ତଳକୁ ଖସିଛି।

୨୭ ପାହାଚ ତଳକୁ ଖସିଲା ଇଣ୍ଡିଗୋ

ଭାରତ ଓ ଦକ୍ଷିଣ ଏସିଆ ଅଞ୍ଚଳ ରୢାଙ୍କିଙ୍ଗ୍‌ରେ ଏୟାର ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଛି। ଏହି ତାଲିକାରେ ଇଣ୍ଡିଗୋ ଦ୍ୱିତୀୟ, ଆକାସ ଏୟାର ତୃତୀୟ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଚତୁର୍ଥ ସ୍ଥାନରେ ରହିଛି। ଶ୍ରୀଲଙ୍କାନ୍ ଏୟାରଲାଇନ୍ସ ପଞ୍ଚମ ଓ ସ୍ପାଇସଜେଟ୍ ଷଷ୍ଠ ସ୍ଥାନରେ ରହିଛି। ବିଶ୍ୱ ରୢାଙ୍କିଂରେ ସିଙ୍ଗାପୁର ଏୟାରଲାଇନ୍ସ ପ୍ରଥମ ସ୍ଥାନ ହାସଲ କରିଛି। କତର ଏୟାରୱେଜ୍ ଦ୍ୱିତୀୟ ଏବଂ କ୍ୟାଥେ ପାସିଫିକ୍ ତୃତୀୟ ସ୍ଥାନରେ ରହିଛି। ଏଏନ୍‌ଏ ଅଲ୍ ନିପନ୍‌ ଏୟାରୱେଜ୍ ଚତୁର୍ଥ ଓ ତୁର୍କିସ୍‌ ଏୟାରଲାଇନ୍ସ ପଞ୍ଚମ ସ୍ଥାନରେ ରହିଛି।

୨୦୨୬ ତାଲିକା ପାଇଁ ସେପ୍ଟେମ୍ବର ୨୦୨୫ରୁ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଯାତ୍ରୀଙ୍କ ମତାମତ ସଂଗ୍ରହ କରାଯାଇଥିଲା। ୩୦୦ରୁ ଅଧିକ ଏୟାରଲାଇନ୍ସ ଏହି ସର୍ଭେରେ ସାମିଲ ହୋଇଥିଲେ। କ୍ୟାବିନ୍ ସେବା, ବିମାନବନ୍ଦର ସେବା, ସିଟ୍‌ର ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ଖାଦ୍ୟ, ମନୋରଞ୍ଜନ, ୱାଇଫାଇ ଓ ମୂଲ୍ୟ ଅନୁଯାୟୀ ସେବା ଆଦି ବିଷୟରେ ଯାତ୍ରୀଙ୍କ ମତାମତକୁ ବିଚାରକୁ ନିଆଯାଇଥିଲା। ଏୟାର ଇଣ୍ଡିଆ ପାଇଁ ଏହି ରୢାଙ୍କିଙ୍ଗ୍‌ରେ ବଡ଼ ଉନ୍ନତି ଦେଖାଯାଇଛି। ଗତ ମେ’ ମାସରେ ସ୍କାଇଟ୍ରାକ୍ସ ଏୟାର ଇଣ୍ଡିଆକୁ ୪-ଷ୍ଟାର ରେଟିଂ ଦେଇଥିଲା। ଏୟାରଲାଇନ୍ସ ପକ୍ଷରୁ ବିମାନ, କ୍ୟାବିନ୍, ଲାଉଞ୍ଜ୍, ଡିଜିଟାଲ ସେବା ଓ ଯାତ୍ରୀ ଅନୁଭୂତିରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି।

ଉତ୍ତେଜନା ଏବଂ ଆକ୍ରମଣ ମଧ୍ୟରେ ବିପଦର ସମ୍ମୁଖୀନ ହେଉଛନ୍ତି ଭାରତୀୟ ନାବିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.