Air India: ଏୟାର ଇଣ୍ଡିଆ ବିମାନ ଦୋହଲିବା ଘଟଣାରେ ମନ୍ତ୍ରୀଙ୍କ ବଡ଼ ଖୁଲାସା

1 week ago 5
ARTICLE AD BOX

ନୂଆଦିଲ୍ଲୀ: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ମଝି ଆକାଶରେ ଭୟଙ୍କର ଭାବେ ଦୋହଲିବା ଘଟଣାରେ ଏବେ ସାମ୍ନାକୁ ନୂଆ ତଥ୍ୟ ଆସିଛି। ଗତ ୪ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଏଆଇ୨୩୭୯ ବିମାନଟି ମଝି ଆକାଶରେ ପ୍ରାୟ ୪ରୁ ୫ ମିନିଟ୍‌ ପର୍ଯ୍ୟନ୍ତ କମ୍ପିତ ହେବା ସହ ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ତଳକୁ ଖସି ଆସିଥିଲା। ଏହି କ୍ଷଣିକ ଘଟଣା ସମ୍ପର୍କରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ନୂତନ ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଭୟଙ୍କର ଝଟ୍‌କା ଯୋଗୁଁ କିଛି ବିମାନ କର୍ମଚାରୀଙ୍କ ବେକ ଏବଂ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଛି ଏବଂ ସେମାନଙ୍କୁ ଡାକ୍ତରମାନେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ଏହି ସମଗ୍ର ଘଟଣାକ୍ରମ ଅନୁଯାୟୀ, ଏୟାରବସ୍‌ ଏ୩୨୦-ନିଓ ବିମାନଟି ଗତ ମଙ୍ଗଳବାର ୧୩୭ ଜଣ ଯାତ୍ରୀ ଏବଂ ୮ ଜଣ ପରିଚାଳକ ଦଳ କର୍ମଚାରୀଙ୍କୁ ନେଇ ଉଡ଼ାଣ ଭରୁଥିବା ସମୟରେ ଏହି ବିପତ୍ତିର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୭ ଜଣ ଆହତ ହୋଇଥିଲେ, ଯେଉଁଥିରେ ୧୩ ଜଣ ଯାତ୍ରୀ ଏବଂ ୪ କର୍ମଚାରୀ ସାମିଲ ଥିଲେ। ଏଭଳି ଭୟାବହ ସ୍ଥିତି ଏବଂ ନିଜେ ଆହତ ହେବା ସତ୍ତ୍ୱେ ବିମାନ କର୍ମଚାରୀମାନେ ଅତ୍ୟନ୍ତ ସାହସିକତାର ସହ ପରବର୍ତ୍ତୀ ୧ ଘଣ୍ଟାର ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ମନ୍ତ୍ରୀ କେ. ରାମମୋହନ ନାଇଡୁ କ୍ରୁ ସଦସ୍ୟଙ୍କ ଏହି ସାହସିକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି କୃତଜ୍ଞତା ଜଣାଇଛନ୍ତି। ସେହି ଦିନ ପୂର୍ବାହ୍ନ ୧୧:୦୭ ମିନିଟ୍‌ରେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

Air India flight: ରାୟପୁରରେ ଏୟାର ଇଣ୍ଡିଆ ବିମାନ ସହ ପକ୍ଷୀ ଧକ୍କା: ବଡ଼ ବିପଦରୁ ବର୍ତ୍ତିଲେ ଯାତ୍ରୀ

ଅନ୍ୟପକ୍ଷରେ, ନାଗରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସୁରକ୍ଷା ଏଜେନ୍ସି ପକ୍ଷରୁ ବିମାନର ଫ୍ଲାଇଟ୍‌ ଡାଟା ରେକର୍ଡର ଏବଂ କକପିଟ୍‌ ଭଏସ୍‌ ରେକର୍ଡରକୁ ଜବତ କରାଯାଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି। ବର୍ତ୍ତମାନ ଏହି ଏୟାରବସ୍‌ ବିମାନଟିକୁ ପରୀକ୍ଷା ପାଇଁ ହ୍ୟାଙ୍ଗରକୁ ସ୍ଥାନାନ୍ତର କରାଯାଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହି ସମଗ୍ର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ବିମାନ ନିର୍ମାତା ସଂସ୍ଥାକୁ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.