Air India: ଇନ୍ଧନ ସରଚାର୍ଜ ବଢ଼ାଇଲା ଏୟାର ଇଣ୍ଡିଆ

51 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଇଣ୍ଡିଗୋ ପରେ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଆଜି ଇନ୍ଧନ ସରଚାର୍ଜ ବୃଦ୍ଧି ଘୋଷଣା କରିଛନ୍ତି। ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ମାର୍ଗ ପାଇଁ ସରଚାର୍ଜ ବଢ଼ାଯାଇଥିବାବେଳେ ଆକାଶ ଏୟାର ପୁନର୍ବାର ସରଚାର୍ଜ ଲାଗୁ କରିବା ଲାଗି ଘୋଷଣା କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏହି ସରଚାର୍ଜ ଗୁରୁବାର ରାତି ୧୨ଟାରୁ ଲାଗୁ କରାଯାଇଥିବାବେଳେ ଏୟାର ଇଣ୍ଡିଆ ଶୁକ୍ରବାର ସକାଳ ୧୧ଟାରୁ ଲାଗୁ ‌କରିବ। ବିଭିନ୍ନ ସେକ୍ଟର ଓ ମାର୍ଗରେ ଏହି ରାଶି ଭିନ୍ନ ଭିନ୍ନ ରହିବ। 

ଘରୋଇ ଏକପାଖିଆ ବିମାନ ଯାତ୍ରାରେ ଉକ୍ତ ସରଚାର୍ଜ ୪୦୦ ଟଙ୍କାରୁ ୧୨୦୦ ଟଙ୍କା ମଧ୍ୟରେ ରହିଛି। ପଶ୍ଚିମ ଏସିଆ/ମଧ୍ୟପ୍ରାଚ୍ୟ ପାଇଁ ଉକ୍ତ ସରଚାର୍ଜ ୫୫ ଡଲାରରୁ ଆରମ୍ଭ ହୋଇଥିବାବେଳେ ଉତ୍ତର ଆମେରିକା ପାଇଁ ୨୧୫ ଡଲାର ରହିଛି। ଆକାଶ ଏୟାର ଘରୋଇ ବିମାନ ଉଡ଼ାଣ କ୍ଷେତ୍ରରେ ଇନ୍ଧନ ସରଚାର୍ଜ ପୁନର୍ବାର ଲାଗୁ କରିଛି। ଅନ୍ତର୍ଜାତୀୟ ଉଡ଼ାଣରେ କମ୍ପାନି ଏହାକୁ ବୃଦ୍ଧି କରିଛି। 

Air India: ଯାନ୍ତ୍ରିକ ତ୍ରୁଟି ପାଇଁ କାଠମାଣ୍ଡୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଫେରିଲା

ଘରୋଇ ମାର୍ଗରେ ଦୂରତା ଅନୁସାରେ ଆକାଶ ଏୟାରର ଇନ୍ଧନ ସରଚାର୍ଜ ୩୭୫ ଟଙ୍କାରୁ ଆରମ୍ଭ କରି ୧୧୫୦ ଟଙ୍କା ପର୍ଯ୍ୟନ୍ତ ରହିବ। ସେହିଭଳି ଅନ୍ତର୍ଜାତୀୟ ଉଡ଼ାଣରେ ଏହା ୨୫୦୦ ଟଙ୍କା ରହିବ। ପୂର୍ବରୁ ଘରୋଇ ଯାତ୍ରା କ୍ଷେତ୍ରରେ ମାର୍ଚ୍ଚ ମାସରେ ଆକାଶ ଏୟାର ଇନ୍ଧନ ସରଚାର୍ଜ ଲାଗୁ କରିଥିଲା। କିନ୍ତୁ ପରେ ଏହାକୁ ପ୍ରତ୍ୟାହାର କରି ନେଇଥିଲା। ଫଳରେ ଏସବୁ ଏୟାରଲାଇନ୍ସରେ ବିମାନ ଯାତ୍ରା ମହଙ୍ଗା ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.