ARTICLE AD BOX
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ(ଏଆଇ-୨୩୭୯) ପ୍ରବଳ ବାୟୁଚାପର ସମ୍ମୁଖୀନ ହୋଇଥିଲା। ଫଳରେ ଉଡ଼ାଣ ସମୟରେ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ ତଳକୁ ଖସିଆସିଥିଲା, ଯାହା ଫଳରେ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
#WATCH | Delhi: Several passengers injured after Air India flight encounters severe air turbulence while travelling from Phuket to Delhi.
Visuals from IGI Airport where an injured passenger is being moved into an ambulance to be taken to the hospital. pic.twitter.com/ybchsVDeoM
ହଠାତ୍ ଝଟକା ଯୋଗୁଁ ବିମାନରେ ଥିବା ଅନେକ ଯାତ୍ରୀ ଭାରସାମ୍ୟ ହରାଇ ବସିଥିଲେ। ଦଶ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଏହି ଦୁର୍ଘଟରାରେ ଆହତ ହୋଇଛନ୍ତି। ଏୟାର ଇଣ୍ଡିଆ ଘଟଣାର ନିଶ୍ଚିତ କରି କହିଛି ଯେ ସମସ୍ତ ଆହତଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି।
ଗୁପ୍ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ବଦଳିଲା ନିଷ୍ପତ୍ତି: ଜାତୀୟ ଚେସ୍ ନଭେମ୍ବର ୨୯ରୁ
ଏୟାର ଇଣ୍ଡିଆ ବିମାନର ଆହତ ଯାତ୍ରୀ ଘଟଣା ବିଷୟରେ ବଖାଣି କହିଛନ୍ତି, "ବିମାନଟି ଦେଢ଼ ଘଣ୍ଟା ଧରି ଉଡ଼ାଣ କରିଥିଲା। ସକାଳ ସମୟରେ ଆମେ ବିମାନ ଭିତରେ ଶୋଇଥିଲୁ। ହଠାତ୍, ବିମାନ ଆଗକୁ ବଢ଼ିବା ବନ୍ଦ ହୋଇଗଲା । ୨ରୁ ୩ ମିନିଟ ଏପରି ରହିବା ପରେ ହଠାତ ତଳକୁ ଖସି ପଡ଼ିଥିଲା। ଯାହା ଫଳରେ ବିମାନ ଭିତରେ ଥିବା ୧୦୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୧୫ରୁ ୨୦ଜଣ ଯାତ୍ରୀ ଆହତ ହୋଇଯାଇଥିଲେ। ଆମେ ନିଶ୍ଚିତ ଭାବରେ ଏୟାର ଇଣ୍ଡିଆର ଅବହେଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କାରଣ ଏକ ବଡ଼ ଦୁର୍ଘଟଣାରୁ ଆମେ ସୌଭାଗ୍ୟବଶତଃ ବଞ୍ଚି ଯାଇଛୁ। ’

1 week ago
5


