Afghanistan: ଇତିହାସ ରଚିଲେ ଆଫଗାନିସ୍ତାନର ରହମତ : ଟେଷ୍ଟ୍‌ ମାନ୍ୟତା: ଖସିଲେ ପନ୍ତ, ଗିଲ୍‌

1 day ago 3
ARTICLE AD BOX

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟେଷ୍ଟ୍‌ ବ୍ୟାଟର୍‌ ମାନ୍ୟତାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇବାରେ ଆଫଗାନିସ୍ତାନର ପ୍ରଥମ ଖେଳାଳି ହୋଇଛନ୍ତି ରହମତ ଶାହ। ସାରଜାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଟେଷ୍ଟ୍‌ରେ ୧୭୩ ରନ୍‌ର ଚମତ୍କାର ପାଳି ଖେଳିବା ପରେ ୬ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି ସେ। ଏହା ମଧ୍ୟ ତାଙ୍କ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ମାନ୍ୟତା।

ଆହୁରି ପଢନ୍ତୁ :National Education Day: ଆଜି ଜାତୀୟ ଶିକ୍ଷା ଦିବସ, ଜାଣନ୍ତୁ ମୌଲାନା ଆବୁଲ କଲାମ ଆଜାଦଙ୍କ ଚିନ୍ତାଧାରା କିପରି ବଦଳାଇଥିଲା ଦେଶର ଶିକ୍ଷା ବ୍ୟବସ୍ଥା...

ରହମତଙ୍କ ଏହା ପଞ୍ଚମ ଟେଷ୍ଟ୍‌ ଶତକ ଏବଂ ଚଳିତ ବର୍ଷର ଦ୍ୱିତୀୟ ଶତକ। ଏହି ପାଳି ବଳରେ ସେ ଭାରତୀୟ ଅଧିନାୟକ ଶୁବମନ ଗିଲ୍‌, ଦକ୍ଷିଣ ଆଫ୍ରିକାର ଐଦେନ ମାର୍କରାମ ଓ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍‌ଙ୍କୁ ପଛରେ ପକାଇଛନ୍ତି। ଗିଲ୍‌ ଓ ପନ୍ତ ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ପନ୍ତ ୭୧୩ ପଏଣ୍ଟ ସହ ଅଷ୍ଟମ ଓ ଗିଲ୍‌ ୬୯୭ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛନ୍ତି। ଯଶସ୍ୱୀ ଜୈସୱାଲ ୧୩ତମ ସ୍ଥାନରେ ଅଛନ୍ତି। ଜିମ୍ବାୱେର କ୍ରେଗ୍‌ ଏରଭିନ୍‌ଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ଅମୀମାଂସିତ ରହିଥିବା ଆଫଗାନିସ୍ତାନ-ଜିମ୍ବାୱେ ଟେଷ୍ଟ୍‌ର ଦ୍ୱିତୀୟ ପାଳିରେ ସେ ଅପରାଜିତ ୨୦୬ ରନ୍‌ କରିଥିଲେ।

ଆହୁରି ପଢନ୍ତୁ :Balijatra 2026: କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଫଳରେ ୯ଟି ସ୍ଥାନ ଉପରକୁ ଉଠି ୪୮ତମ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶ-ୱେଷ୍ଟଇଣ୍ଡିଜ୍‌ ଦୁଇ ଟେଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ପରେ ୱେଷ୍ଟଇଣ୍ଡିଜ୍‌ର ଜୋମେଲ୍‌ ୱାରିକାନ୍‌ ୧୧ଟି ସ୍ଥାନ ଉପରକୁ ଉଠି ବୋଲର୍‌ଙ୍କ ମାନ୍ୟତାରେ ଯୁଗ୍ମ ୧୯ତମ ସ୍ଥାନ ହାସଲ କରିଛନ୍ତି। ଏହି ଶୃଙ୍ଖଳାରେ ସେ ୧୬ଟି ୱିକେଟ୍‌ ନେଇଥିଲେ। ଦିନିକିଆ ମାନ୍ୟତାରେ ଭାରତର ଅକ୍ଷର ପଟେଲ୍‌ ୨୧ତମ, ଆର୍ଶଦୀପ ସିଂହ ୩୧ତମ ଓ ଗୁରନୂର ବ୍ରାର୍‌ ୪୮ତମ ସ୍ଥାନକୁ ଉଠିଛନ୍ତି। ନ୍ୟୁଜିଲାଣ୍ଡର ଜାକବ୍‌ ଡଫି ଓ କାଇଲ୍‌ ଜାମିସନ୍‌ ମଧ୍ୟ ଦିନିକିଆ ବୋଲର୍‌ ମାନ୍ୟତାରେ ଉନ୍ନତି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.