Action in Haryana: ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ; ୧୮ ପୁଲିସ ନିଲମ୍ବିତ

1 hour ago 1
ARTICLE AD BOX

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଯାଉଥିବା ସମୟରେ କଂଗ୍ରେସ କର୍ମୀଙ୍କ ଏକ ଗୋଷ୍ଠୀ କଳା ପତାକା ପ୍ରଦର୍ଶନ କରିବା ସହ ଗାଡ଼ିଗୁଡ଼ିକର ଗତିପଥରେ...

 ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ; ୧୮ ପୁଲିସ ନିଲମ୍ବିତ

ଚଣ୍ଡୀଗଡ଼: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଯାଉଥିବା ସମୟରେ କଂଗ୍ରେସ କର୍ମୀଙ୍କ ଏକ ଗୋଷ୍ଠୀ କଳା ପତାକା ପ୍ରଦର୍ଶନ କରିବା ସହ ଗାଡ଼ିଗୁଡ଼ିକର ଗତିପଥରେ ବାଧା ସୃଷ୍ଟି କରିଛନ୍ତି। ଏହି ଘଟଣାକୁ ଗୁରୁଗ୍ରାମ ପୁଲିସ କମିସନର ସିବାଶ କବିରାଜ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ସେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଯୋଗୁଁ ୨ ଜଣ ଡେପୁଟି କମିସନରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ଦୁଇ ଅଧିକାରୀ ହେଲେ ଡିସିପି (ପଶ୍ଚିମ) କରନ ଗୋୟଲ ଏବଂ ଡିସିପି (କ୍ରାଇମ୍‌) ହିତେଶ ଯାଦବ। ଏହା ସହିତ ସିଭିଲ ଲାଇନ୍ସ ପୁଲିସ ଷ୍ଟେସନର ଥାନା ଅଧିକାରୀ ବିଜେନ୍ଦ୍ର ସିଂହ ଏବଂ ପଶ୍ଚିମ ଜୋନର ସୁରକ୍ଷା ପ୍ରଭାରୀଙ୍କ ସମେତ ୧୮ ଜଣ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ଗୁରୁଗ୍ରାମ ପୁଲିସ ମୁଖପାତ୍ର ସନ୍ଦୀପ କୁମାର ପ୍ରକାଶ କରିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତ ଗୁଇନ୍ଦା ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କଳା ପତାକା ପ୍ରଦର୍ଶନ ଘଟଣାରେ କଂଗ୍ରେସର ଗ୍ରାମୀଣ ଜିଲ୍ଲା ସଭାପତି ବର୍ଦ୍ଧନ ଯାଦବଙ୍କ ନେତୃତ୍ବରେ ୧୫ରୁ ଅଧିକ କଂଗ୍ରେସ କର୍ମୀ ସାମିଲ ଥିବା ଜଣାପଡ଼ିଛି। କାରକେଡ୍ ସହ ଯାଉଥିବା ପୁଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କର୍ମୀମାନେ ଗାଡ଼ିଗୁଡ଼ିକର ଅତି ନିକଟକୁ ଆସି କଳା ପତାକା ଦେଖାଇଥିଲେ । ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.