Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_le3hkmql5le9f28khr5cih2rjc, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Accident: ସଡ଼କ ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ - CGPT.IN

Accident: ସଡ଼କ ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ

1 hour ago 1
ARTICLE AD BOX

ରଣପୁର (ବିଶ୍ୱରଂଜନ ଆଚାର୍ଯ୍ୟ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ମୁନେସ ପ୍ରଧାନ (୫୩)ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ରଣପୁର ବ୍ଲକ ବାଦଭୂଇଁ ଗ୍ରାମର ମୁନେସ ପ୍ରଧାନ ଗତ ଗୁରୁବାର ସନ୍ଧ୍ୟାରେ ଅଫିସ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଭେରୁପଡ଼ା ଛକ ପୂର୍ବରୁ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ପଛପଟରୁ ଚାରିଜଣ ଯୁବକ ଦ୍ରୁତ ଗତିରେ ଯାଉଥିବା ବେଳେ ଧକ୍କା ଦେଇଥିଲେ। ଫଳରେ ଭାରସାମ୍ୟ ହରାଇ ମୁନେସ ରାସ୍ତାରେ ପଡ଼ିଯାଇଥିଲେ। ଘଟଣାର କିଛି ସମୟ ପରେ କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। 

ଦୁର୍ଘଟଣା ପରେ ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମୁନେସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ମୁନେସ ପ୍ରଧାନ ଜଣେ ଦକ୍ଷ ଓ ଲୋକପ୍ରିୟ ବ୍ୟକ୍ତି ଭାବେ ରଣପୁର ଅଞ୍ଚଳରେ ପରିଚିତ ଥିଲେ। ସେ ପ୍ରଥମେ ରଣପୁର ବ୍ଲକର ଖଇରପଲ୍ଲୀ ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଚାକିରିରେ ଯୋଗଦେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ତାଙ୍କ ଅକାଳ ବିୟୋଗରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ବିଡିଓ ମନୋଜ କୁମାର ନାୟକ, ସନ୍ତୋଷ ଲେଙ୍କାଙ୍କ ସମେତ ବିଭିନ୍ନ ଅଧିକାରୀ, ଜନପ୍ରତିନିଧି ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରଣପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Attack On PEO: ବଣ୍ଡାଘାଟିରେ ପିଇଓଙ୍କ ଉପରେ ଆକ୍ରମଣ, ଥାନାରେ ଏତଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.