ARTICLE AD BOX
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କୀ-ବହରାଇଚ ରାଜପଥରେ ଆଜି ଏକ ଦ୍ରୁତଗାମୀ ଟ୍ରକ୍ ଏକ କାର୍କୁ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁହୋଇଛି। ବିନ୍ଦୌରା ଗ୍ରାମ ନିକଟରେ ମଙ୍ଗଳବାର ଏହି ଦୁର୍ଘଟଣା ହୋଇଛି। ମୃତକମାନେ ହେଉଛନ୍ତି ମୌଲାନା ସରିଫ୍, ତାଙ୍କ ପତ୍ନୀ ତବାସୁମ ବାନୋ (୫୫), ପୁଅ ମହମ୍ମଦ ଉଜଇମ (୨୯) ଓ ଝିଅ ରୁଶଦା ଖାତୁନ (୧୭)। ସରିଫ୍ଙ୍କର ଅନ୍ୟ ଜଣେ ଝିଅ ହୁଦା ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି।
ଆହୁରି ପଢନ୍ତୁ :Congress: ୨୦୨୯ରେ ବିଜୟଙ୍କୁ ପ୍ରଧାନମନ୍ତ୍ରୀ କରିବା ଦାବି: ଟିଭିକେ ନେତାଙ୍କୁ କଂଗ୍ରେସର କଡ଼ା ଜବାବ
ଉକ୍ତ ପରିବାର ଶ୍ରାବସ୍ତିରୁ ଲକ୍ଷ୍ନୌ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ କାର୍ରୁ ୫ ଜଣଙ୍କୁ ବାହାର କରି ନିକଟସ୍ଥ ହସ୍ପିଟାଲ୍ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ରାଜପଥରେ କାର୍ଟି ହଠାତ୍ ୟୁ ଟର୍ନ ନେବାରୁ ଏହି ଦୁର୍ଘଟଣା ହୋଇଛି ବୋଲି ଏସ୍ପି ଅର୍ପିତ ବିଜୟବର୍ଗୀୟ କହିଛନ୍ତି।

1 hour ago
1


