Accident: ସୋହେଲାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ଚାପାରେ ବାପାପୁଅ ମୃତ

1 hour ago 2
ARTICLE AD BOX

ସୋହେଲା: ବରଗଡ଼ଜିଲ୍ଲା ସୋହେଲା ଥାନା ଛକଠାରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ୟବସାୟୀ ରୋଶନ ଅଗ୍ରୱାଲ (୪୫) ଓ ତରୁଣ ଅଗ୍ରୱାଲ (୧୨)। ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ରୋଶନ ଏକ ସ୍କୁଟର (ଓଡି୧୭ଏଡି-୧୭୭୪)ରେ ପୁଅ ତରୁଣଙ୍କ ସହ ଆସୁଥିଲେ। ଏହି ସମୟରେ ଥାନା ଛକରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ (ଓଡି୧୫ଆର୍-୭୩୦୧) ଧକ୍କା ଦେବାରୁ ଘଟଣାସ୍ଥଳରେ ତରୁଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ରୋଶନଙ୍କୁ ପ୍ରଥମେ ସୋହେଲା ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଡାକବଙ୍ଗଳା ପାଖରେ ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକାଇଥିଲେ। ମୃତ ରୋଶନ ପରିବାରର ଜଣେମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା, ମଦ୍ୟପ ଟ୍ରକ୍‌ ଚାଳକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କ ଲାଇସେନ୍ସ ବାତିଲ କରିବା ଏବଂ ସୋହେଲାରେ ବାଇପାସ୍‌ ରାସ୍ତା ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।

Education: ନଗଡ଼ାର ଶିକ୍ଷାଦୂତ ସବିତା-ଅନାମ ଜୁଆଙ୍ଗ ଦମ୍ପତି

ସୋହେଲା ଥାନା ଆଇଆଇସି ହରିଶଙ୍କର ଭୋଇ, ତହସିଲଦାର ଶୁଭରଞ୍ଜନ ନାୟକ, ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବର ପହଞ୍ଚି ଅବରୋଧକାରୀଙ୍କ ସହିତ ଆଲୋଚନା କରିଥିଲେ। ଟ୍ରକ୍‌ ମାଲିକ ଆର୍ଥିକ ସହାୟତା ଦେବାକୁ ରାଜି ହୋଇଥିଲେ। ସମସ୍ତ ସରକାରୀ ସହାୟତା ପ୍ରଦାନ ସହିତ ଆସନ୍ତାକାଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସୋହେଲା ଡାକି ଗ୍ରାମବାସୀଙ୍କ ଉପସ୍ଥିତିରେ ଆଲୋଚନା କରାଯିବ ବୋଲି ତହସିଲଦାର ଏବଂ ଥାନା ଆଇଆଇସି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ୪ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଶନିବାର ବାପାପୁଅଙ୍କ ମରଶରୀର ସୋହେଲା ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ସ୍ୱର୍ଗଦ୍ୱାରଠାରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରୋଶନଙ୍କ ବଡ଼ପୁଅ ନାରାୟଣ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ରୋଶନ ତାଙ୍କ ପଛରେ ପତ୍ନୀ କିରଣ ଦେବୀ ଓ ପୁଅ ନାରାୟଣଙ୍କୁ ଛାଡ଼ି ଯାଇଛନ୍ତି। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେଡି ନେତା ସୁବ୍ରତ ସିଂହ, ସୁଶାନ୍ତ ମିଶ୍ର, ବାବୁଲୁ ଦେବତା, ଅନିଲ ପଧାନ, ମନ ମାଝୀ, ଅଶ୍ୱିନୀ ପାତ୍ର, ଇମ୍ରାନ ଭୋପଲା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଦୁଃଖଦ ଘଟଣାରେ ସୋହେଲା ଅଞ୍ଚଳର କିରାଣା ବ୍ୟବସାୟୀ, ମାରୱାଡ଼ି ଯୁବମଞ୍ଚ, ଅଗ୍ରୱାଲ ସଭା ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ସୋହେଲା ପୁଲିସ ଟ୍ରକ୍‌ ଚାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Farming: ୪୦୦ କୃଷକଙ୍କୁ ତାଲିମ ପ୍ରଦାନ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

Read Entire Article
LEFT SIDEBAR AD

Hidden in mobile, Best for skyscrapers.