ARTICLE AD BOX
ପଂଜାବର ସଂଗରୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇଛି। ଫଳରେ କାରଟି ମନେରେଗା ଶ୍ରମିକଙ୍କ ଉପରେ ଚଢ଼ି ଯାଇଛି। ଦୁର୍ଘଟଣା କାରଣରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ କିଛି ଲୋକ
/sambad/media/media_files/2026/10/18/new-project-2-2026-10-18-20-15-44.jpg)
ଚଣ୍ଡିଗଡ଼: ପଂଜାବର ସଂଗରୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇଛି। ଫଳରେ କାରଟି ମନେରେଗା ଶ୍ରମିକଙ୍କ ଉପରେ ଚଢ଼ି ଯାଇଛି। ଦୁର୍ଘଟଣା କାରଣରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ କିଛି ଲୋକ ଆହତ ଅଛନ୍ତି। କୁହାଯାଉଛି ଯେ, ଯେତେବେଳେ କାରଟି ଅନିୟନ୍ତ୍ରିତ ହୋଇ ଯାଉଥିଲା, ସେହି ସମୟରେ ପାଖାପାଖି ୨୩ ଜଣ ଶ୍ରମିକ ଲହରାଗାଗା-ଜାଖଲ ରୋଡରେ କାମ କରୁଥିଲେ। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆହତ ଶ୍ରମିକମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା ପରେ ପୁଲିସ ସହାୟତା ଏବଂ ଆମ୍ବଲାନ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।
Accident: ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


