Accident: ଶୌଚ ପାଇଁ ରେଳଧାରଣା ପାର ହେଉଥିବାବେଳେ ଟ୍ରେନ୍ ଧକ୍କାରେ ୪ ଯୁବକ ମୃତ

5 days ago 4
ARTICLE AD BOX

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲି ନିକଟରେ ଟ୍ରେନ୍ ଧକ୍କାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବୁଧବାର ଘଟିଥିବା ଏହି ଦୁର୍ଘଟଣାରେ ଅତି ବେଗରେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ ୫ ଜଣ ଯୁବକଙ୍କୁ ଧକ୍କା ଦେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ଘଟଣାଟି ଟେକ୍କାଲି ସହର ଉପକଣ୍ଠ ବର୍ମା କଲୋନୀ ନିକଟରେ ଘଟିଛି। ପ୍ରାଥମିକ ତଦନ୍ତ ଅନୁସାରେ, ୫ ଜଣ ଯୁବକ ଶୌଚ ପାଇଁ ରେଳଧାରଣା ପାର ହେଉଥିବା ସମୟରେ ଟ୍ରେନ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ୪ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଗୁରୁତର ଆହତ ଯୁବକଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ରେଳବାଇ ଓ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକମାନଙ୍କ ପରିଚୟ ଓ ଅନ୍ୟାନ୍ୟ ବିସ୍ତୃତ ତଥ୍ୟ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଉଛି।

Train accident: ଟ୍ରେନ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.