Accident: ଯୁବକଙ୍କର ମୃତ୍ୟୁ; କାରଖାନାରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା

1 hour ago 1
ARTICLE AD BOX

ଲଇକେରା (ଭରତ ପାତ୍ର): ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଧୁତୁରାସ୍ଥିତ ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ଫାଟକ ସମ୍ମୁଖରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଯବକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଉତ୍ତ୍୍ୟକ୍ତ ଲୋକ ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ପରିସରରେ ପ୍ରବେଶ କରି ବ୍ୟାପକ ଭଙ୍ଗା ରୁଜା କରିଛନ୍ତି। ଉତ୍ତ୍ୟକ୍ତ ଲୋକ ଶବକୁ ରାସ୍ତାରେ ରଖି ଆନ୍ଦୋଳନ ଜାରି ରଖିଛନ୍ତି।

ପ୍ରକାଶ ଥାଉକି ଆଜି ଅପରାହ୍ନରେ ଅର୍ଡା ସମବାୟ ସମିତିରୁ ସାର ଓ କୀଟନାଶକ ଔଷଧ ନେଇ ପଲସର ବାଇକ୍ (ଓଡ଼ି୨୩ଆର ୮୩୩୬)ରେ ଦୁ‌ର୍ଯ୍ୟୋଧନ ବାଗ(୨୬) ନିଜ ଗ୍ରାମକୁ ଫେରୁଥିଲେ।  ସିମେଣ୍ଟ କାରଖାନା ଫାଟକ ନିକଟସ୍ଥ ରେଳ ଫାଟକ ଶ୍ରୀ ବାଗ ପାର ହେଉଥିବା ବେଳେ କାରଖାନାରୁ ବାହାରୁଥିବା ଟ୍ରେଲର (ଓଡ଼ି୨୧ଏସ୬୬୬୩) ତାଙ୍କ  ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

WhatsApp Image 2026-07-11 at 20.03.28

ଏହି ଦୁର୍ଘଟଣା ପରେ ପରିବାର ଲୋକଙ୍କ ସମେତ ଧୁତୁରା ଓ ଚମ୍ପାପଡ଼ା ଗ୍ରାମର ଶତାଧିକ ଲୋକ ଘଟଣାସ୍ଥଳରେ ଏକାଠି ହୋଇ ରାସ୍ତାରୋକ ଓ ଧାରଣାରେ ବସିଥିଲେ। କିଛି ଉତ୍ତ୍ୟକ୍ତ ବ୍ୟକ୍ତି କାରଖାନା ପରିସରକୁ ପଶି ସମ୍ପତ୍ତି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତଦେହ ଘଟଣାସ୍ଥଳରେ ପଡ଼ିରହିଥିବା ବେଳେ ଆନ୍ଦୋଳନ ଜାରି ରହିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଅଲଟ୍ରାଟେକ୍ କାରଖାନା ଫାଟକ ଦେଇ ପ୍ରତିଦିନ ଶହ ଶହ ଭାରୀଯାନବାହନ ଚଳାଚଳ କରୁଥିଲେ ମଧ୍ୟ ସେଠାରେ ସ୍ଥାୟୀ ଟ୍ରାଫିକ୍ ନିୟନ୍ତ୍ରଣ, ଗତି ନିୟନ୍ତ୍ରଣ ବ୍ୟବସ୍ଥା, ସତର୍କ ସଙ୍କେତ କିମ୍ବା ସୁରକ୍ଷା କର୍ମୀଙ୍କ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ନେଇ ଦାବି ଉଠିଥିଲେ ମଧ୍ୟ ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା କଥା ସେମାନେ କହିଛନ୍ତି।

ଖବର ପାଇ ଝାରସୁଗୁଡା ଏସଡିପିଓ ଉମାଶଙ୍କର ସିଂହ, ବଡମାଲ ଥାନାଧିକାରୀ ଦିଲୀପ ବେହେରା, ଲଇକେରା ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର, ବାଗଡିହି ଫାଣ୍ଡି ଅଧିକାରୀଙ୍କ ସମେତ ବହୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିବା ସହ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.