Accident: ଭାରସାମ୍ୟ ହରାଇ ୩୦ ଫୁଟ ପୋଲତଳକୁ ଖସିଲା ଅଟୋ; ୫ ଗୁରୁତର

49 minutes ago 1
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଭାରସାମ୍ୟ ହରାଇ ଖଡ଼ଖାଇ ନଦୀ ପୋଲତଳକୁ ଖସିଲା ଦ୍ରୁତଗାମୀ ଓଟୋ। ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ସମସ୍ତେ ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ ଚିକିତ୍ସା ପାଇଁ ରାଇରଙ୍ଗପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ଓଟୋ ଚାଳକ ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ଏକ ଅଟୋରେ ୪ ଜଣ ମହିଳା ଓ ଜଣେ ପୁରୁଷ ରାଇରଙ୍ଗପୁର ଅଭିମୁଖେ ଆସୁଥିଲେ। ଖଡ଼ଖାଇ ପୋଲ ନିକଟରେ ଦ୍ରୁତ ଗତିରେ ଥିବା ଅଟୋଟି ହଠାତ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ଅଟୋରେ ଥିବା ୫ ଜଣ ଗୁରୁତର ଆହତ ହୋଇଥିଲେ। 

WhatsApp Image 2026-08-21 at 22.06.35

ରାଇରଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତ ଆହତଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି। ପ୍ରାଥମିକ ସୂଚନା ଅନୁସାରେ ଦ୍ରୁତ ଗତି ଯୋଗୁଁ ଓଟୋଟି ଭାରସାମ୍ୟ ହରାଇଥିବା ସନ୍ଦେହ କରାଯାଉଛି। ତେବେ ଦୁର୍ଘଟଣା ପରେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଚାଳକଙ୍କୁ ଧରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ରାଇରଙ୍ଗପୁର ପୁଲିସ ତଦନ୍ତ ଜାରି ରଖିଛି। ଗୁରୁତର ଆହତମାନେ ହେଲେ ଦେଉଳି ଗ୍ରାମର ସନ୍ତୋଷୀ ସୋରେନ (୨୬) ଏବଂ ତାଙ୍କ ସ୍ୱାମୀ ଭବେନ୍ଦ୍ର ହାଁସଦା, ବାଙ୍ଗି ହାଁସଦା (୨୫), କେଶର ଗାଡ଼ିଆ ଗ୍ରାମର ରାଇମଣୀ ମାଝୀ (୩୬) ଏବଂ ବିଶୋଇ ଥାନା ଅନ୍ତର୍ଗତ ରଳେୟବିନ୍ଧା ଗ୍ରାମର ଛିତା ମଣୀ ମାଝୀ (୨୫)।

Accident: ଓଲଟିଲା ଟ୍ରକ୍‌, ମୃତ୍ୟୁମୁଖରୁ ବର୍ତ୍ତିଲେ ଚାଳକ-ଖଲାସୀ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.