Accident: ବୁଲଗେରିଆରେ ଭୟଙ୍କର ସଡ଼କ ଦୁର୍ଘଟଣା : ଘନ କୁହୁଡ଼ି ଯୋଗୁ ୭୦ରୁ ଅଧିକ ଗାଡ଼ି ପଛକୁ ପଛ ଧକ୍କା, ୧୧ ମୃତ

1 hour ago 1
ARTICLE AD BOX

ବୁଲଗେରିଆ: ୟୁରୋପୀୟ ରାଷ୍ଟ୍ର ବୁଲଗେରିଆରେ ଘନ କୁହୁଡ଼ି ଯୋଗୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଜାତୀୟ ରାଜପଥରେ ୭୦ରୁ ଅଧିକ ଗାଡ଼ି ପଛକୁ ପଛ ଧକ୍କା ହେବାରୁ ଅତି କମ୍‌ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ବୋଲି ବୁଲଗେରିଆ ପ୍ରଧାନମନ୍ତ୍ରୀ ରୁମେନ୍‌ ରାଡେଭ୍‌ କହିଛନ୍ତି। ଦୁର୍ଘଟଣା ପରେ ଅନେକ ଗାଡ଼ିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢନ୍ତୁ : PawanKalyan: ପତ୍ନୀ ଅନ୍ନାଙ୍କଠାରୁ ଅଲଗା ହେବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ

ମଙ୍ଗଳବାର ପୂର୍ବ ବୁଲଗେରିଆର ୟାମ୍ବୋଲ୍‌ ସହର ନିକଟରେ ଥିବା ଏହି ରାଜପଥରେ ଦୁର୍ଘଟଣା ଘଟିଛି। ଏହି ରାଜପଥ ଦେଶର ରାଜଧାନୀ ସୋଫିଆକୁ ପୂର୍ବ ଉପକୂଳବର୍ତ୍ତୀ ସହର ବୁର୍ଗାସ୍‌ ସହ ସଂଯୋଗ କରୁଛି। ଘନ କୁହୁଡ଼ି ଯୋଗୁ ରାସ୍ତାରେ ଦୃଶ୍ୟମାନତା ଅତ୍ୟନ୍ତ କମ୍‌ ଥିବାରୁ ଗୋଟିଏ ପରେ ଗୋଟିଏ ଗାଡ଼ି ଧକ୍କା ହୋଇଥିଲା। ଏଥିରେ କାର୍‌ ଓ ଟ୍ରକ୍‌ ସମେତ ୭୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର ଭୟାବହତା ଏତେ ଅଧିକ ଥିଲା ଯେ ଅନେକ କାର୍‌ ଓ ଟ୍ରକ୍‌ ପରସ୍ପର ଉପରେ ଚଢ଼ିଯାଇଥିଲେ। କେତେକ ଗାଡ଼ି ଓଲଟି ପଡ଼ିଥିବା ବେଳେ ଅନ୍ୟ କିଛି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା। ଧକ୍କା ପରେ ଅନେକ ଯାନବାହନରେ ନିଆଁ ଲାଗିଯାଇଥିଲା।

ଆହୁରି ପଢନ୍ତୁ : PawanKalyan: ପତ୍ନୀ ଅନ୍ନାଙ୍କଠାରୁ ଅଲଗା ହେବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ

ସୋସିଆଲ ମିଡିଆରେ ପ୍ରସାରିତ ଫଟୋ ଓ ଭିଡିଓରେ ରାଜପଥ ଉପରେ ଗାଡ଼ିଗୁଡ଼ିକର ଭଙ୍ଗାରୁଜା ଅବସ୍ଥା ଏବଂ ଜଳିଯାଇଥିବା ଯାନବାହନର ଦୃଶ୍ୟ ସାମ୍ନାକୁ ଆସିଛି। ଖବର ପାଇବା ମାତ୍ରେ ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଆଇନଗତ ପ୍ରକ୍ରିୟା ଓ ତଦନ୍ତ ଆରମ୍ଭ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.