ARTICLE AD BOX
ବୈପାରିଗୁଡ଼ା (ଅମରେନ୍ଦ୍ର ପରିଚ୍ଛା): ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥର କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ବଡ଼ବାଙ୍କ ଘାଟିରେଏକ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି। କୁସୁମ କୋଳି ବୋଝେଇ ଏକ ଟ୍ରକ୍ ଭାରସାମ୍ୟ ହରାଇ ଯାତ୍ରୀବାହୀ ଓଏସ୍ଆର୍ଟିସି ବସ୍ ଉପରେ ଓଲଟି ପଡ଼ିବାରୁ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏଥିରେ ଜଣେ ମହିଳା ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ବସ୍ର ଚାଳକ ମଧ୍ୟ ଆହତ ହୋଇଛନ୍ତି। ତେବେ ବସ୍ର ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏହି ଦୁର୍ଘଟଣାର କିଛି ସମୟ ପରେ ପଛରୁ ଆସୁଥିବା ଏକ କାର୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ବସ୍କୁ ଧକ୍କା ଦେଇଥିଲା। ସୂଚନା ଅନୁଯାୟୀ, କୁସୁମ କୋଳି ବୋଝେଇ ଏକ ଟ୍ରକ୍ ବୈପାରିଗୁଡା ଦେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାର ମୋଟୁରୁ ଏକ ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍ ରାୟଗଡ଼ା ଅଭିମୁଖେ ଯାତ୍ରା କରୁଥିଲା।
ତେବେ ବଡ଼ବାଙ୍କ ଘାଟି ନିକଟରେ ଟ୍ରକ୍ଟି ହଠାତ୍ ଭାରସାମ୍ୟ ହରାଇ ବସ୍ ଉପରେ ଓଲଟି ପଡ଼ିଥିଲା। ଫଳରେ ବସ୍ର ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଏଥିରେ ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ବସ୍ ଚାଳକ ମଧ୍ୟ ଆହତ ହୋଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା।
/filters:format(webp)/sambad/media/media_files/2026/11/11/whatsapp-image-2026-11-11-16-59-09.jpeg)
Accident: ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ
ଗୁରୁତର ମହିଳାଙ୍କୁ ପ୍ରଥମେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ପରେ ପଛରୁ ଆସୁଥିବା ଏକ କାର୍ ମଧ୍ୟ ବସ୍ର ପଛପଟକୁ ଧକ୍କା ଦେଇଥିଲା। ତେବେ କାର୍ରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ କାର୍ର ସମ୍ମୁଖ ଭାଗଟି ଭାଙ୍ଗିରୁଜି ଯାଇଛି। ଖବର ପାଇ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିବା ସହ ଯାତାୟାତ ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନେଇଛି। ଘାଟି ରାସ୍ତାରେ ଗୋଟିଏ ପରେ ଗୋଟିଏ ତିନୋଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

1 day ago
2


