Accident: ପୃଥକ୍ ସଡ଼କ ଦୁର୍ଘଟଣାରେ ଜଣେ ମୃତ; ୪ ଗୁରୁତର

1 hour ago 1
ARTICLE AD BOX

ରାଇରଙ୍ଗପୁର/ବାଦାମପାହାଡ଼/ବିଜାତଳା: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ ଆଜି ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତି ହେଲେ ପାଣ୍ଡର କିସ୍କୁ (୨୨)।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ନିକଟସ୍ଥ ଦାମୁଡ଼ିଗଡାସ୍ଥ କେନାଲ ନିକଟରେ ବାଇକ୍-ସ୍କର୍ପିଓ ଦୁର୍ଘଟଣା ଘଟିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ବାଦାମପାହାଡ ଥାନା ଅନ୍ତର୍ଗତ ଚୁଲିଭଙ୍ଗା ଗ୍ରାମର ପାଣ୍ଡର କିସ୍କୁ, ତାଙ୍କ ସ୍ତ୍ରୀ ସିତାମଣି ସୋରେନ୍, ପୁଅ ଭୀମ କିଷ୍କୁ (୫) ମିଶି ତାଙ୍କ ଝିଅଙ୍କୁ ଗୋରୁମହିଷାଣି ଥାନା ଅନ୍ତର୍ଗତ ବଳରାମପୁରସ୍ଥିତ ଆଶ୍ରମ ସ୍କୁଲରେ ଛାଡ଼ି ଘରକୁ ଫେରୁଥିବା ସମୟରେ ଦାମୁଡ଼ିଗଡାସ୍ଥ ବାଙ୍କବଳ ବନ୍ଧର କେନାଲ ନିକଟରେ ଥିବା ରାଇରଙ୍ଗପୁର-ବାରିପଦା ମୁଖ୍ୟ ରାସ୍ତାରେ ଏକ ସ୍କର୍ପିଅ (ଓଡ଼ି-୧୧-ଏଜେ- ୨୩୪୩) ଓ ବାଇକ୍ (ଓଡ଼ି-୧୧-ଏଏ-୬୧୩୬) ସହିତ ଧକ୍କା ହୋଇଥିଲା। 

ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ପାଣ୍ଡରଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁତ୍ର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। 

Plane Crash: ନାଜକା ଲାଇନ୍ସ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ମଝି ଆକାଶରେ ୧୩ ଜୀବନ୍ତ ଦଗ୍ଧ

ସେହିପରି ଜିଲ୍ଲା ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ବାଦାମପାହାଡ଼ ଥାନା ଅନ୍ତର୍ଗତ ଦଲକି ଛକରେ ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଡ୍ରାଇଭର ଗୁରୁତର ଆହତ ହୋଇ କ୍ୟାବିନରେ ଫସି ରହିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ପ୍ରଥମେ ଜଣେ ଡ୍ରାଇଭରଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଅନ୍ୟ ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଦୀର୍ଘ ଦୁଇଘଣ୍ଟା ସମୟ ଲାଗିଥିଲା। ବାଦାମପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସହ ଉଦ୍ଧାର କରିଥିଲେ। ତେବେ ଗୁରୁତର ଟ୍ରକ ଡ୍ରାଇଭର ଜଣକ ବାଦାମପାହାଡ଼ ବୁରୁଡି ଗ୍ରାମର ମଦନ ହେମ୍ବ୍ରମ (୫୫) ଏବଂ ହାଇୱା ଡ୍ରାଇଭର ଜଣକ ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳର ବଳରାମ ମୁଣ୍ଡା (୨୫)ବୋଲି ଜଣାପଡିଛି। 

ତେବେ ବାଦାମପାହାଡ଼ ଅଗ୍ନିଶମ ବାହିନୀଙ୍କ ଟିମ ଦୁଇଘଣ୍ଟା ସମୟ ଧରି ଉଦ୍ଧାର ପ୍ରକ୍ରିୟା ପରେ ହାଇୱା ଡ୍ରାଇଭରଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛନ୍ତି। ବାଦାମପାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଯାନକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.