Accident: ଦୁର୍ଘଟଣା‌ରେ ୧୫ ବର୍ଷରେ ୫,୯୭୮ ଜଣଙ୍କ ମୃତ୍ୟୁ; ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ

6 days ago 4
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ସୁନ୍ଦରଗଡ଼ରେ ସଡ଼କ ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁସଂଖ୍ୟା, ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟିବା ସହ ଜନଜୀବନ କ୍ଷତି ହେଉଛି। ଗତ ଛଅ ମାସ ମଧ୍ୟରେ ଜିଲ୍ଲାରେ ଘଟିଥିବା ବିଭିନ୍ନ ସଡ଼କ ଦୁର୍ଘଟଣାରେ ୨୬୪ ଜଣ ପ୍ରାଣ ହରାଇଥିବାବେଳେ ୫ ଶହରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ବିଶେଷକରି ଖଣି କାର୍ଯ୍ୟରେ ନିୟୋଜିତ ଭାରୀଯାନ ଯୋଗୁ ନିୟମିତ ଦୁର୍ଘଟଣା ଘଟୁଛି। ପ୍ରତିଦିନ ପ୍ରାୟତଃ ଲୁହାପଥର ବୋଝେଇ ଟ୍ରକ୍ ପୋଲ ତଳକୁ ଖସିପଡ଼ିବା, କାର୍ ଓ ମୋଟରସାଇକଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା କିମ୍ବା ଗୁରୁତର ଦୁର୍ଘଟଣାରେ ଏକାଧିକ ଜୀବନ ଯାଉଥିବା ଦେଖିବାକୁ ମିଳୁଛି।

ତେବେ ସୁନ୍ଦରଗଡ଼ ଜିଲ୍ଲାରେ ସଡ଼କ ଦୁର୍ଘଟଣାର କଳା ଇତିହାସ ରହିଛି। ରାଜ୍ୟର ସର୍ବାଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ତଥା ତଥା ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଅଞ୍ଚଳ ତାଲିକାରେ ସ୍ଥାନ ପାଇଥିବାର ନଜିର ରହିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଗତ ୧୫ ବର୍ଷ, ଅର୍ଥାତ୍‌ ୨୦୧୦ରୁ ୨୦୨୪ ମସିହା ଯାଏ ଜିଲ୍ଲାରେ ମୋଟ ୧୧,୬୫୨ଟି ଛୋଟବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ସମୟ ମଧ୍ୟରେ ୫,୯୭୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅର୍ଥାତ୍‌, ବାର୍ଷିକ ପ୍ରାୟ ୪ ଶହ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ଏତଦ୍‌ବ୍ୟତୀତ ୧୦,୯୧୧ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। 

Road Accident Death: ପାଟନା ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପୁଲିସ ଷ୍ଟେସନରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକ

ରାଉରକେଲା ସମେତ କୋଇଡ଼ା, ହେମଗିରି, ଲହୁଣୀପଡ଼ା ଭଳି ଖଣି ଅଞ୍ଚଳରେ ଚଳାଚଳ କରୁଥିବା ଭାରୀଯାନର ବେପରୁଆ ଗାଡ଼ି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି। ଜାତୀୟ ରାଜପଥ-୧୪୩ ଓ ରାଜ୍ୟ ରାଜପଥ-୧୦ ଏବେ ଯାତ୍ରୀଙ୍କ ପାଇଁ ‘ମରଣ ପଥ’ ପାଲଟିଛି। ଏମିତିକି ଯାନବାହାନ ଦୁର୍ଘଟଣା ଘଟି ଚାଳକମାନେ ଜୀବନ୍ତ ଜଳିଯିବା ଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳୁଛି। ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନି। ଅତି-ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ‘ବ୍ଲାକ୍‌ସ୍ପଟ୍’ ଚିହ୍ନଟ କରି ସତର୍କତାମୂକଳ ପଦକ୍ଷେପ ଗ୍ରହଣ କରିବା ତଥା ସ୍ପିଡ୍ ଡିଟେକ୍ସନ କ୍ୟାମେରା, ହାଇୱେ ପାଟ୍ରୋଲିଂ ଓ ନିଶାସକ୍ତ ଗାଡ଼ି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.