ARTICLE AD BOX
ବେଙ୍ଗାଲୁରୁ: ୟୁଏଇର ଶାରଜାରେ କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାର ଜଣେ ଭାରତୀୟଙ୍କୁ ଜୁଲାଇରେ ହତ୍ୟା କରାଯାଇଥିବାବେଳେ ପ୍ରାୟ ୨ ମାସ ପରେ ତାଙ୍କ ପଚାଶଢ଼ା ମୃତଦେହ ଏକ କାର୍ରୁ ମିଳିଛି। ମୃତକ ହେଉଛନ୍ତି କୁନ୍ଦାପୁର ବାସିନ୍ଦା ଅଲୱିନ ପ୍ରକାଶ କୁନ୍ଦେର। ସେ ଗତ ପ୍ରାୟ ୧୪ ବର୍ଷ ଧରି ଶାରଜା ବିମାନବନ୍ଦରରେ କାମ କରୁଥିଲେ। ତାଙ୍କ ମୃତଦେହକୁ ୯ ଖଣ୍ଡ କରାଯାଇ ୨ଟି ବ୍ୟାଗ୍ରେ ରଖାଯାଇଥିଲା। ଓମାନ୍ ଅଭିମୁଖୀ ରାସ୍ତାରେ ପାର୍କ ହୋଇଥିବା କାର୍ରୁ ଏହା ମିଳିଥିଲା।
ଅଲୱିନଙ୍କ ଭାଇ ଅନିଲ ପ୍ରଶାନ୍ତ କୁନ୍ଦେରଙ୍କ କହିବା ଅନୁସାରେ, ଜୁଲାଇ ୨୦ରେ ସେ ଭାଇଙ୍କୁ ଫୋନ୍ କରିଥିଲେ। ଫୋନ୍ ନ ଉଠାଇ ଅଲୱିନଙ୍କ ଫୋନ୍ରୁ ଏକ ଟେକ୍ସଟ୍ ମେସେଜ୍ ଆସିଥିଲା ଯେ ସେ ଠିକ୍ ଅଛନ୍ତି। ତେବେ ଅଲୱିନ ସାଧାରଣତଃ ଭଏସ୍ ମେସେଜ୍ରେ କଥା ହେଉଥିବାରୁ ପରିବାରର ସନ୍ଦେହ ହୋଇଥିଲା। ପରେ ତାଙ୍କ ଶାରଜାସ୍ଥିତ ବନ୍ଧୁଙ୍କ ସହାୟତାରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ପାସପୋର୍ଟ ଯାଞ୍ଚରୁ ସେ ଭାରତ ଫେରିନଥିବା ଜଣାପଡ଼ିବା ପରେ ନିଖୋଜ ଅଭିଯୋଗ ହୋଇଥିଲା।
Murder in Bihar: ଭଉଣୀକୁ ଗୁଳି କରି ମାରିଲା ଭାଇ, ପରେ ନିଜେ କରିଦେଲା ଆତ୍ମହତ୍ୟା!
ଅଲୱିନଙ୍କ ପତ୍ନୀ ଟିନା କୁନ୍ଦେର ଶାରଜାରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ଏବଂ ସେମାନଙ୍କ ପୁଅ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ଉଭୟଙ୍କର ବର୍ତ୍ତମାନ ଠିକଣା ଜଣାପଡ଼ିନାହିଁ। ହତ୍ୟାର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ମଧ୍ୟ ଶାରଜା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ଅନିଲ ଗତ ସୋମବାର ଉଡ଼ୁପି ଏସ୍ପିଙ୍କୁ ଭେଟି ଘଟଣାରେ ସହାୟତା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଉଡ଼ୁପି ପୁଲିସ ୟୁଏଇ କର୍ତ୍ତୃପକ୍ଷଙ୍କ ଔପଚାରିକ ସୂଚନାକୁ ଅପେକ୍ଷା କରୁଛି।

4 hours ago
3


