ARTICLE AD BOX
ଲକ୍ଷ୍ମୀପୁର (ପରମେଶ୍ବର ସାହୁ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରସ୍ଥିତ ଏକ ଗ୍ରାଫାଇଟ କାରଖାନା ସମ୍ମୁଖରେ ଏକ ଅଟୋ ଓ ମ୍ୟାକ୍ସ ପିକଅପ୍ ଭ୍ୟାନ ମଧ୍ୟରେ ଧକ୍କା ହେବାରୁ ୯ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ୩ ଜଣଙ୍କ ଅବସ୍ଥା ଗୁରୁତ୍ୱ ର ଥିବାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଆହତଙ୍କ ମଧ୍ୟରେ ଅଟୋ ମିନାପାଇ ଗାଁର ଅଟୋ ଡ୍ରାଇଭର ସୁଶାନ୍ତ ୱାଡେକାଙ୍କ ସମେତ ଆଶା ଦିଦି ବିମଳା ମିନିଆକା, ଲଦା ମିନିଆକା, ଦୀପାଇ କାଡ୍ରାକା, ସିଙ୍ଗାରି ମିନିଆକା, ହର୍ଷ ମିନିଆକା, ଜୁରକ ମିନିଆକା ଓ ବାଲିଙ୍ଗି ଗାଁର ଶିଶୁ କିରଣ ମିନିଆକା ଓ ବୃଦ୍ଧା ଟିକମ ମିନିଆକା ଆହତ ହୋଇଛନ୍ତି। ଆଶା କର୍ମୀ ବିମଳା ଜଣେ ଗର୍ଭବତୀଙ୍କୁ ଆଣି ଡାକ୍ତରଖାନାରେ ଭର୍ତି କରି ନିଜ ଗାଁକୁ ଫେରୁଥିବା ବେଳେ ସେ ମଧ୍ୟ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ନିଜେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିମଳାଙ୍କ ସମେତ ଡ୍ରାଇଭର ସୁଶାନ୍ତ ଓ ହର୍ଷଙ୍କୁ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
୪ ଗୋରୁ ବୋଝେଇ ପିକଅପ୍ରୁ ୨୯ ଗାଈ-୫ ବଳଦ ଉଦ୍ଧାର
ଯାତ୍ରୀମାନେ ସମସ୍ତେ ପ୍ରାୟ ଆଜି ଶନିବାର ସାପ୍ତାହିକି ହାଟକୁ ଲକ୍ଷ୍ମୀପୁର ଆସିଥିଲେ। ହାଟରେ ସଉଦାପତ୍ର କିଣି ଅଟୋରେ ବସି ଗୋଟିଏ କିଲୋମିଟର ଯାଇଛନ୍ତି କି ନାହିଁ ଦୁର୍ଘଟଣା ହୋଇଥିଲା। ଲକ୍ଷ୍ମୀପୁର ପୋଲିସ ମ୍ୟାକ୍ସ ପିକଅଫ ଭ୍ୟାନକୁ ଜବତ କରିଛି।

1 hour ago
2


