ARTICLE AD BOX
ବିଳମ୍ବିତ ରାତିରେ ଟ୍ରକଟି ଭାରସାମ୍ୟ ହରାଇ ଗୋଡ଼ଭଙ୍ଗା ଘାଟିରେ ୫୦ ଫୁଟ ତଳକୁ ଖସିପଡ଼ିଥିଲା। ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
driver rescued Photograph: (sambad.in)ଆନନ୍ଦପୁର: ଗୋଡ଼ଭଙ୍ଗା ଘାଟିରେ ୫୦ଫୁଟ ତଳକୁ ଖସିଲା ଟ୍ରକ୍। ୩ ଘଣ୍ଟା ପରେ ଉଦ୍ଧାର ହେଲେ ଚାଳକ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ଭାରସାମ୍ୟ ହରାଇ ଗୋଡ଼ଭଙ୍ଗା ଘାଟିରେ ୫୦ଫୁଟ ତଳକୁ ଖସିପଡ଼ିଥିଲା। ଖବର ପାଇ ପ୍ରଥମେ ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବାର ଅପପ୍ରୟାସ କରିଥିଲା।
ଚାଳକଙ୍କ ପରିଚୟ ମିଳିନାହିଁ
ଏହାପରେ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ବେଶ୍ ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚାଳକଙ୍କ ପରିଚୟ ମିଳିନାହିଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


