Accident: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ଚାଲିଗଲା ଚାଳକଙ୍କ ଜୀବନ

55 minutes ago 1
ARTICLE AD BOX

ଭୁବନେଶ୍ବର: ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା। ଇଟାମାଟି ଥାନା ପଣ୍ଡୁସର ନିକଟରେ ଗଛରେ ପିଟିହୋଇଛି ଏକ ଯାତ୍ରୀବାହୀ ଘରୋଇ ବସ୍‌ । ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ‘ରଣସିଂହ ଆଣ୍ଡ ରଣସିଂହ’ ନାମକ ଘରୋଇ ବସ୍‌ଟି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ପଣ୍ଡୁସର ନିକଟରେ କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଜୋରରେ ପିଟି ହୋଇଥିଲା । ଗଛରେ ଧକ୍କା ହେବା ପରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଅଧିକ ଜଣ ଆହତ ହୋଇଥିଲେ। ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ପୁଲିସ ଓ ଏସ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ପରେ ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ଆହତମାନଙ୍କ ମଧ୍ୟରୁ ଗୁରୁତର ଥିବା ୪ ଜଣଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Loot: ବୁଢାଲୋ ମନ୍ଦିରରୁ ମୂର୍ତ୍ତି ଚୋରି

Read Entire Article
LEFT SIDEBAR AD

Hidden in mobile, Best for skyscrapers.