Soldiers Killed: ବଲୁଚିସ୍ତାନରେ ବିଏଲଏର ବଡ଼ ଧରଣର ଆକ୍ରମଣ: ୨୫ ପାକିସ୍ତାନୀ ଯବାନ ନିହତ, ସେନାର ପାଲଟା ଜବାବରେ ୫୦ ବିଦ୍ରୋହୀ ମୃତ

57 minutes ago 1
ARTICLE AD BOX

କ୍ୱେଟା: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ହିଂସାକାଣ୍ଡ ପୁଣି ଥରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଶୁକ୍ରବାର ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲଏ) ଦୁଇଟି ପୃଥକ୍ ସାମରିକ ଆକ୍ରମଣ କରି ପାକିସ୍ତାନୀ ସେନାର ୨୫ ଜଣ ଯବାନଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହି ସାଂଘାତିକ ଘଟଣା ପରେ ପାକିସ୍ତାନ ସେନା ଦ୍ୱାରା ଆରମ୍ଭ ହୋଇଥିବା ପ୍ରତିଶୋଧମୂଳକ ଚଢ଼ାଉରେ ପ୍ରାୟ ୫୦ ଜଣ ବିଦ୍ରୋହୀ ନିହତ ହୋଇଥିବା ସାମରିକ ସୂତ୍ରରୁ ଦାବି କରାଯାଇଛି। ବିଏଲଏ ନିଜର ଆଫିସିଆଲ୍ ମିଡିଆ ''ହକ୍କାଲ'' ମାଧ୍ୟମରେ ଜାରି କରିଥିବା ଭିଡିଓରେ ସେନାର ଜଳୁଥିବା ଗାଡ଼ି ଏବଂ ଯବାନଙ୍କ ମୃତଦେହ ପଡ଼ିଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ

ମିଳିଥିବା ସୂଚନା ଅନୁଯାୟୀ, ଜିଆରତ୍ କ୍ରସ୍ ନିକଟରେ ବିଏଲଏର ସ୍ୱେଶାଲ ''ଫତେହ ସ୍କ୍ୱାଡ୍'' ସେନା କନଭୟ ଉପରେ ହଠାତ୍ ଆମ୍ବୁଶ୍ କରି ୧୮ ଜଣ ଯବାନଙ୍କୁ ହତ୍ୟା କରିବା ସହ ଦୁଇଟି ଗାଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା। ସେହିପରି ସୁରାବର ହାଜିକାଠାରେ କରାଯାଇଥିବା ଏକ ରିମୋଟ୍-କଣ୍ଟ୍ରୋଲ୍ ବିସ୍ଫୋରଣରେ ଅନ୍ୟ ୭ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଆକ୍ରମଣ ପରେ ବିଦ୍ରୋହୀମାନେ ନଷ୍ଟ ହୋଇଯାଇଥିବା ସାମରିକ ଗାଡ଼ିରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ। ଏହି ସୁରକ୍ଷା ବିଫଳତା ପରେ ପାକିସ୍ତାନୀ ସେନା ମସ୍ତୁଙ୍ଗ, ସିବି, କ୍ୱେଟା ଓ କଲାଟ୍ ଜିଲ୍ଲାରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି।

CBI: ସମ୍ରାଟ ସରକାରଙ୍କ ବଡ଼ ନିଷ୍ପତ୍ତି: ବିହାରରେ ସିବିଆଇ ତଦନ୍ତ ପାଇଁ ନେବାକୁ ପଡିବ ରାଜ୍ୟ ସରକାରଙ୍କଠାରୁ ଅନୁମତି

ଏହି ଅଭିଯାନରେ ବିଏଲଏ ଏବଂ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ (ଟିଟିପି) ର ପ୍ରାୟ ୫୦ ଜଣ ସଦସ୍ୟଙ୍କୁ ନିପାତ କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ପାକିସ୍ତାନ ସରକାର ନିଜ ଯବାନଙ୍କ ମୃତ୍ୟୁ ନେଇ ଆନୁଷ୍ଠାନିକ ଭାବେ ନୀରବତା ଅବଲମ୍ବନ କରିଥିଲେ ବି ରାତିର ଅନ୍ଧକାରରେ ଯବାନଙ୍କ ମୃତଦେହ ସେମାନଙ୍କ ପରିବାର ନିକଟକୁ ପଠାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀର୍ଘ ଦଶନ୍ଧି ଧରି ସ୍ୱାଧୀନତା ଦାବି କରିଆସୁଥିବା ବଲୁଚ୍ ବିଦ୍ରୋହୀଙ୍କ ଏହି ଆକ୍ରମଣ ପାକିସ୍ତାନ ସେନାମୁଖ୍ୟ ଆସିମ୍ ମୁନିରଙ୍କ ନେତୃତ୍ୱ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.