ARTICLE AD BOX
ଆଜି ସକାଳେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ଜଣାଯାଇଛି। ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି ।
A tragic road accident has been reported on the Cuttack-Chandbali main road Photograph: (sambad.in)ଭୁବନେଶ୍ବର: ଆଜି ସକାଳେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ଜଣାଯାଇଛି। କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର କୁସୁନପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରାସ୍ତାରେ ଯାଉଥିବା ଏକ ଟ୍ରକ୍କୁ ପଛପଟୁ ଏକ ଦ୍ରୁତଗାମୀ କଣ୍ଟେନର ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ କଣ୍ଟେନରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆର୍ତ୍ତନାଦ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଫସିଥିବା ଲୋକଙ୍କୁ ବାହାର କରିଥିଲେ । ତେବେ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ଘଟିସାରିଥିଲା ।
ପୁଲିସ ତଦନ୍ତ ଆରମ୍ଭ କରିଛି
ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଖବର ପାଇ ନିଶ୍ଚିନ୍ତକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ କଟକ-ଚାନ୍ଦବାଲି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ କ୍ଷତିଗ୍ରସ୍ତ ଯାନବାହନକୁ ହଟାଇ ଯାତାୟତ ସ୍ୱାଭାବିକ କରାଯାଇଥିଲା ।
Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା? ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

23 hours ago
1


