ARTICLE AD BOX
ଭୁବନେଶ୍ବର: ମଙ୍ଗଳବାର ଅପରାହ୍ଣରେ କିଏ ଅଫିସ୍ରୁ ବାହାରି ଗାଡ଼ି ଧରି ଟ୍ରାଫିକ୍ରେ ଅଟକିଥିଲା ତ କିଏ ଗାଡ଼ି ଚଳାଇ ଅଗକୁ ଯାଉଥିଲା। ଏହି ସମୟରେ ହଠାତ୍ ଏକ ମିନିଟ୍ରକ୍ ଦ୍ରୁତ ଗତିରେ ମାଡ଼ିଆସିଥିଲା। ଆଉ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଆଗକୁ ଆଗକୁ ମାଡ଼ିଚାଲିଥିଲା। ନିଶାସକ୍ତ ଚାଳକର ବେପରୁଆଗାଡ଼ିଚଲା ଦେଖି ଜୀବନ ବିକଳରେ ଲୋକ ଗାଡ଼ି ଛାଡ଼ି ଦୌଡ଼ିଥିଲେ। ଏଭଳି ଭୟଙ୍କର ଦୃଶ୍ୟ ଦେଖବାକୁ ମଳିଛି ଇନ୍ଫୋସିଟି ଛକରେ। ଦୁର୍ଘଟଣା ଯୋଗୁ ୫ରୁ ଅଧିକ ଗାଡ଼ି ଭାଙ୍ଗି ଚୂରମାର ହୋଇଛି। ଇନ୍ଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।
Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା
ଅଟୋ, ବାଇକ୍, ସ୍କୁଟିକୁ ଚାପିଦେଲା
ଜୀବନ ବିକଳରେ ଦୌଡ଼ିଲେ ଲୋକ
ନିଶାସକ୍ତ ଚାଳକ ଅଟକ, ଟ୍ରକ ଜବତ
Belarus potash deal: ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ
ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣ ପାଖାପାଖି ସାଢ଼େ ୪ଟା ସମୟରେ ଇନ୍ଫୋସିଟି ଛକରୁ ହଠାତ୍ ଏକ ଟ୍ରକ ଦ୍ରୁତ ଗତିରେ ମାଡ଼ିଆସିଥିଲା। ନିଶାରେ ଚୂର ଥିବା ଚାଳକ ଭାରସାମ୍ୟ ହରାଇ ପ୍ରଥମେ ଟ୍ରାଫିକ୍ରେ ଥିବା କିଛି ଗାଡ଼ିକୁ ଧକ୍କା ଦେଇଥିଲା। ତାର ଏଭଳି ବେପରୁଆ ଗାଡ଼ି ଚାଳନା ଦେଖି ଆଖପାଖରେ ଥିବା ଲୋକେ ଜବୀନ ବିକଳରେ ଗାଡ଼ିଛାଡ଼ି ଯିଏ ଜୁଆଡ଼େ ପାରିଲେ ଦୌଡ଼ିଥିଲେ। ଆଉ କିଛି ଲୋକ ଟ୍ରକ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଲୋକଙ୍କ ପାଟିଶୁଣି ଚାଳକଜଣଙ୍କ ଅଟକିବା ବଦଳରେ ଆଗକୁ ଆଗକୁ ମାଡ଼ିଚାଲିଥିଲା। ହେଲେ ରାସ୍ତାକଡ଼ରେ ପାର୍କିଂ କରିଥିବା ଗୋଟିଏ ଅଟୋ, ଦୁଇଟି ବାଇକ୍,ସ୍କୁଟି, ଠେଲାଗାଡ଼ିକୁ ଧକ୍କା ଦେବାପରେ ଆଉ ଆଗକୁ ଯାଇପାରି ନଥିଲା। ପରେ ଲୋଲେ ତାାକୁ ଘେରିଯାଇଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ସ୍ଥିତି ଦେଖାଦେଇଥିଲା। ଇନ୍ଫୋସିଟି ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଟ୍ରକ୍ ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ଆଣିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

5 days ago
6


