Accident: ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ

1 month ago 14
ARTICLE AD BOX

ସୋର (ଅଭୟ ପତ୍ରୀ): ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସନ୍ଦୀପ ମହାରଣା। 

ମିଳିଥିବା ସୂଚନା ମୁତାବକ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆମ୍ବଗଡ଼ି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ପୁଅ ସନ୍ଦୀପ ମହାରଣା ପୁରୀର ଏକ ହୋଟେଲରେ ରହି କାମ କରୁଥିବା ବେଳେ ଗତ ଚାରିଦିନ ତଳେ ଘରକୁ ଆସିଥିଲେ। ଆଜି ଅପରାହ୍ଣରେ କୌଣସି କାମରେ ଏକ ବାଇକ୍‌ (ଓଡି ୦୧ ବିଏଚ୭୫୯୨)ରେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ପୋଲ ଉପରେ ଏକ ଅଜଣା ଗାଡ଼ି ତାଙ୍କୁ ଧକା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। 

Cattle Smuggling: ଦୁଇ ଗୋରୁ ଚାଲାଣ ଗାଡ଼ି ଧକ୍କା: ଡ୍ରାଇଭର ଆହତ ଅନ୍ୟ ୩ ଫେରାର, ୩୬ ‌ଗାଈ ଉଦ୍ଧାର

ଖବର ପାଇ ସୋର ପୁଲିସ ଓ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦୀପଙ୍କୁ ଶବକୁ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ଆଣିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.