ARTICLE AD BOX
ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଦଦାରଘାଟି ଅଞ୍ଚଳ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ମୋହନ ପସି ଛକ ନିକଟରେ ଆଜି ସକାଳ ପ୍ରାୟ ୮ଟା ବେଳେ ଅଜଣା ଗାଡ଼ିଧକ୍କାରେ ଜଣେ ଚାଷୀଙ୍କର ମୃତ୍ୟୁହୋଇଛି l
Advertisment
ସୂଚନା ଅନୁଯାୟୀ, କୁଲେଇ ଗାଁର ଶ୍ରୀକାନ୍ତ ଜେନା (୬୦) ନିଜ ମୋଟର ସାଇକେଲ ଯୋଗେ ମୋହନ ପସି ଗାଁକୁ ଚାଷ ପାଇଁ ଶ୍ରମିକ ବୁଝିବାକୁ ଯାଉଥିଲେ l ଏହି ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି l

2 hours ago
1


