Accident Black Spots: ସୁନ୍ଦରଗଡ଼ରେ ୪୬ଟି ବ୍ଲାକ୍‌ସ୍ପଟ୍‌: ଚୁନାଘାଟିରେ ବର୍ଷକରେ ୫୦ରୁ ଅଧିକ ମୃତ୍ୟୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

4 days ago 3
ARTICLE AD BOX

ରାଉରକେଲା: ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ପରିବହନ ବିଭାଗ ଚିହ୍ନଟ କରିଛି ଦୁର୍ଘଟଣାପ୍ରବଣ ଅଞ୍ଚଳ। ପରିବହନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ନିଆଯାଉଛି ବୋଲି କୁହାଯାଉଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା। ଯାହା କେବଳ ସାଇନ୍‌ବୋର୍ଡରେ ସୀମିତ। ଦୁର୍ଘଟଣା ରୋକିବାକୁ ସ୍ଥାନୀୟ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଗାଡ଼ିକୁ ଦେଖିବାକୁ ମିଳୁନି। ପରିବହନ କିମ୍ବା ସ୍ଥାନୀୟ ଥାନାର ଜଣେ ହେଲେ ପୁଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳୁନି। ଫଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଅନେକଙ୍କ ଜୀବନ ଯାଉଛି। ଆଉ କିଛି ଗୁରୁତର ଓ ଆହତ ହେଉଛନ୍ତି। ତଥାପି ବିଭାଗର ନିଦ ଭାଙ୍ଗୁନି। ସୁନ୍ଦରଗଡ଼ ଜିଲ୍ଲାରେ ୪୬ଟି ବ୍ଲାକ୍‌ସ୍ପଷ୍ଟ (ଦୁର୍ଘଟଣାପ୍ରବଣ ସ୍ଥାନ) ଚିହ୍ନଟ ହୋଇଛି। କିଛି ବ୍ଲାକ୍‌ସ୍ପଷ୍ଟରେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ସପ୍ତାହକୁ ଜଣେ ଦୁଇଜଣଙ୍କର ଜୀବନ ଯାଉଛି। ରାଜାମୁଣ୍ଡାରୁ କେନ୍ଦୁଝର ଦେଇ ପାଣିକୋଇଲି ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କୋଇଡା ବ୍ଲକ ଅନ୍ତର୍ଗତ ରହିଛି ଚୁନାଘାଟି। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ୍‌ ଯାତାୟତ କରୁଛି।

ହେଲେ ଚୁନାଘାଟି ଗାଡିଚାଳକଙ୍କ ପାଇଁ ପାଲଟିଛି ଡେଞ୍ଜର ଜୋନ୍‌। ଗତ ବର୍ଷକ ମଧ୍ୟରେ ଦୁର୍ଘଟଣାରେ ୫୦ରୁ ଅଧିକ ଜୀବନ ଯାଇଛି। ଏହା ସତ୍ବେ ମଧ୍ୟ କୌଣସି ପ୍ରତିକାର କରାଯାଉନି। ସମାନସ୍ଥିତି ଟିଙ୍କୋଘାଟି, ବେଦବ୍ୟାସ ଟିସିଆଇ ଛକ, ସ’ମିଲ୍‌ ଛକ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ମାଣ୍ଡିଆକୁଦର, ସୁନ୍ଦରଗଡ଼ ଝରିଆପାଲି ବ୍ଲାକ୍‌ସ୍ପଟରେ। ୧୪୩ ନଂ ଜାତୀୟ ରାଜପଥ ବେଦବ୍ୟାସ, ଟିସିଆଇଛକ, ବେଲ୍‌ଡିହି, ସ’ମିଲ୍‌ ଛକରେ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ୍‌ ରହୁଛି। ଏହା ସତ୍ବେ ସେମିତି କୌଣସି ପଦକ୍ଷେପ ନିଆଯାଉନି।

କେତେକ ବ୍ଲାକ୍‌ସ୍ପଟ୍‌ରେ ସାଇନ୍‌ବୋର୍ଡ ବି ଦିଶୁନି

କେତେକ ବ୍ଲାକ୍‌ସ୍ପଟ୍‌ରେ ସାଇନ୍‌ବୋର୍ଡ ବି ଦିଶୁନି। ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ପରିବହନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ଉଭୟ ଜାତୀୟ ରାଜପଥ, ବିଜୁ ଏକ୍ସପ୍ରେସ୍‌ ୱେ, ଘାଟି ରାସ୍ତା, ଗ୍ରାମାଞ୍ଚଳ ରାସ୍ତାରେ ମୋଟ ୪୬ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହୋଇଛି। ରାଉରକେଲା ପରିବହନ କାର୍ଯ୍ୟାଳୟ ଅଧୀନରେ ୨୬ଟି ବ୍ଲାକ୍‌ସ୍ପଟ୍‌ ରହିଛି। ରାଜଗାଙ୍ଗପୁର ବ୍ଲକର ଚୈତନ୍ୟ କଲେଜ ଅଞ୍ଚଳ, ଭାଲୁପତ୍ରା ପୁଲିସ ପୋଷ୍ଟ, ବେଲ୍‌ଡିହି, ଲାଠିକଟା ବ୍ଲକର ସ’ମିଲ୍‌ ଛକ, ବେଦବ୍ୟାସ, ଟିସିଆଇ ଛକ, ବାଲୁଘାଟ, ବିର୍‌ଟୋଲା ଟର୍ଣ୍ଣିଂ, ଗୁରୁଣ୍ଡିଆ ବ୍ଳକର ଚାନ୍ଦିପୋଷ ରେଲୱେ ପୋଲ, ରେକ୍ସନ୍‌ ରେଲୱେ ପୋଲ୍‌, କୁଚେଇତା ଛକ, କାମଧେନୁ, ଲାଠିକଟାର କାର୍ଟିନ୍‌ ଛକ, ଦେଓଗାଁ ଛକ, ଜଲଦା ଏ ଓ ବି ବ୍ଲକ ଦୁର୍ଘଟଣାପ୍ରବଣ ଭାବେ ଚିହ୍ନଟ ହୋଇଛି। ଲହୁଣିପଡ଼ାର ଡେଙ୍ଗୁଳା, ରେଙ୍ଗଲବେଡା, କୋଇଡା କାଲ୍‌ଟା ଛକ, ଚାଲାନ୍‌ ଗେଟ୍‌ କାଲ୍‌ଟା, ମିର୍‌ଗି ୱାର୍ଟରଫଲ୍‌, ଚୁନାଘାଟି, ଟିକ୍କୋ ଘାଟି ଦୁର୍ଘଟଣାପ୍ରବଣ ଭାବେ ଚିହ୍ନଟ ହୋଇଛି। ସେମିତି ସୁନ୍ଦରଗଡ ପରିବହନ ଅଧୀନରେ ଝରିଆପାଲି, ତାରିଣୀ ମନ୍ଦିର ଛକ, ବେଲ୍‌ସରା, ବନପାଲି, ମହୁଲିପାଲି, ଡାଲ୍‌ମିଆ କଲେଜ ଝାରବେଡା, ବିରିଙ୍ଗାଟୋଲି, ରାଣୀବନ୍ଧ, ରାମବାହାଲ, ଲାଇଙ୍ଗ, ଚୁଙ୍ଗିମାଟି, ମଣ୍ଡିଆ କୁଦର, ଗର୍ଜନ ବାହାଲ, ବିଲାମୁଣ୍ଡା ଓ ଡୁଡୁକା ମଧ୍ୟ ବ୍ଲାକସ୍ପଟ୍‌ ଭାବେ ଚିହ୍ନଟ ହୋଇଛି।

‘Ek Ped Maa Ke Naam’ Campaign: ଖପ୍ରାଖୋଲରେ ‘ମା ପାଇଁ ଗଛଟିଏ’ ଅଭିଯାନ: ଚାରା ରୋପଣ ପରେ ଯତ୍ନ ନାହିଁ, ଶୁଖିଯାଉଛି ଗଛ

Read Entire Article
LEFT SIDEBAR AD

Hidden in mobile, Best for skyscrapers.