Aam Sathi WhatsApp chatbot ଡିଜିଟାଲ୍‌ ରାଜସ୍ବ ସେବା: ୯୪୩୭୨୯୨୦୦୦ନଂରେ ଦାଖଲ କରିବେ ଆପତ୍ତି, ପାଇବେ ସୂଚନା

1 hour ago 3
ARTICLE AD BOX

ଭୁବନେଶ୍ୱର: ଆଜି ଠାରୁ ରାଜସ୍ବ ବିଭାଗର ସେବା ଡିଜିଟାଲ୍‌ ହୋଇଛି। ୯୪୩୭୨୯୨୦୦୦ ହ୍ବାଟସଆପ୍ ନମ୍ବରରେ ଆବେଦନ କରି ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଦାଖଲ କରାଯାଇପାରିବେ। ଏହାସହ ଅଭିଯୋଗ ଗ୍ରହଣ, ଅଗ୍ରଗତି, ପଦକ୍ଷେପ ଆଦି ପ୍ରତ୍ୟେକ ପର୍ଯ୍ୟାୟର ସୂଚନା ମିଳିପାରିବ। 

 ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ 'ଆମ ସାଥୀ ହ୍ୱାଟସଆପ୍ ଚାଟବଟ' ମାଧ୍ୟମରେ 'ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା'ର ଶୁଭ ଲୋକାର୍ପଣ କରିଛନ୍ତି l ଏହି ଅବସରରେ, ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ଵଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ ହେବ। ଏହି ବ୍ୟବସ୍ଥା ସମଗ୍ର ଭାରତବର୍ଷରେ ଓଡ଼ିଶା ରାଜ୍ୟସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ପରିଚିତ ହେବ l 

Whatsapp chatbot for Panchayat ବିକଶିତ ପଞ୍ଚାୟତ ହ୍ୱାଟସଆପ୍ ଚାଟବଟ୍ ଉନ୍ମୋଚିତ

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ ନୂତନ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ଏହି ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ମାନ୍ୟବର ମନ୍ତ୍ରୀ, ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କର ସିଧାସଳଖ ତଦାରଖ ତଥା ତତ୍ତ୍ଵାବଧାନ ରହିବା ଫଳରେ ପ୍ରଶାସନିକ ଅଧିକାରୀବୃନ୍ଦ ଅଧିକ ଦାୟିତ୍ୱସଂପନ୍ନ ଏବଂ ସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବା ନିମନ୍ତେ ଅଧିକ ଯତ୍ନବାନ୍ ହେବେ l ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ଆବଶ୍ୟକତା ଅନୁଯାୟୀ ଆହୁରି ଅଧିକ ସରଳ ଏବଂ ଲୋକାଭିମୁଖୀ କରାଯିବ l

Smart chatbot: ଚଳନ୍ତିକା: ସ୍ମାର୍ଟ ଚାଟ୍‌ବଟ୍‌ ନୁହେଁ, ବ୍ୟବହାରଯୋଗ୍ୟ ଏଆଇ

ସୂଚନାଯୋଗ୍ୟ,  ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ନାଗରିକମାନେ ପ୍ରାଥମିକ ଭାବେ ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଦାଖଲ କରିବାର ଆବଶ୍ୟକତା ବିନା ଏକ ସରଳ ଡିଜିଟାଲ୍ ମାଧ୍ୟମରେ ଅଭିଯୋଗ ଜଣାଇପାରିବେ l ଏହି ଡିଜିଟାଲ୍‌ ସେବାରେ,  ଜମିଜମା, ରେକର୍ଡ଼ ଅଫ୍ ରାଇଟ୍ସ୍, ମ୍ଯୁଟେସନ୍, କଲମ୍ ୨ ସଂଶୋଧନ, କନଭରସନ୍ (ଜମି କିସମ ପରିବର୍ତ୍ତନ), ପାର୍ଟିସନ୍ (ବିଭାଜନ), ଏନକ୍ରୋଚମେଣ୍ଟ୍ (ଜବରଦଖଲ), ଡିମାର୍କେସନ୍, OLR 22 & 23, ରେଗୁଲେସନ ୨.୦, ଜମି ଖଜଣା (ପାଉତି), ପଞ୍ଜୀକରଣ ଏବଂ ଷ୍ଟାମ୍ପ ଡ୍ୟୁଟି, ବିପର୍ଯ୍ୟୟ ଏବଂ ରିଲିଫ୍, ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ରାଜସ୍ୱ ବିଭାଗ ସମ୍ବନ୍ଧିତ ଅଭିଯୋଗ ସମାଧାନ ନିମନ୍ତେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରଯାଇଛି l 

ଲୋକାର୍ପଣ କାର୍ଯ୍ୟକ୍ରମରେ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ତଥା ଅନ୍ୟାନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ l 

Read Entire Article
LEFT SIDEBAR AD

Hidden in mobile, Best for skyscrapers.