ARTICLE AD BOX
ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ କାମରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛନ୍ତି। ବିଦ୍ୟାଳୟରେ ନାମଲେଖା ହେଉ କି ବ୍ୟାଙ୍କ ଆକାଉଣ୍ଟ ଖୋଲା, ରାସନ୍କାର୍ଡ, ଭତ୍ତା ଅବା ଅବସର ପରେ ପେନ୍ସନ୍, ସବୁଠି ଆଧାରକାର୍ଡ ଖୋଜା ପଡ଼ୁଛି। ଏଣୁ ପ୍ରତିଦିନ ଆଧାର କେନ୍ଦ୍ରରେ ନୂଆ ଆଧାରକାର୍ଡ ଅବା ନାମ ସଂଶୋଧନ ପାଇଁ ଭିଡ଼ ଜମୁଛି। କିନ୍ତୁ ସଂଶୋଧନ ବେଳେ ଲୋକଙ୍କୁ ନାକେଦମ୍ହେବାକୁ ପଡ଼ୁଛି। ବାରମ୍ବାର ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ଲୋକଙ୍କ ଧାରଣା, ରାଜ୍ୟ ମୁଖ୍ୟାଳୟରେ ଏଭଳି ସମସ୍ୟା ନଥିବ। କିନ୍ତୁ ଜିଲ୍ଲା ସ୍ଥିତିଠାରୁ ବଳିଯାଇଛି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତି। ପ୍ରତିଦିନ ଆଚାର୍ଯ୍ୟବିହାରସ୍ଥିତ ଓକାକ୍ ଟାୱାରରେ ଥିବା ୟୁଆଇଡିଏଆଇ ରାଜ୍ୟ ମୁଖ୍ୟାଳୟରେ ଆଧାର ସଂଶୋଧନ ପାଇଁ ଶହଶହ ଲୋକଙ୍କ ଭିଡ଼ ଲାଗୁଛି। କିନ୍ତୁ ଲୋକଙ୍କୁ ବିଭିନ୍ନ ଅଭାବ ଦର୍ଶାଇ ଫେରାଇ ଦିଆଯାଉଛି। ସେପଟେ ବାରମ୍ବାର ସଂଶୋଧନ ପରେ ବି ଆଧାରକାର୍ଡ଼ରେ ତ୍ରୁଟି ରଖାଯାଉଛି। ଲୋକଙ୍କୁ ଶୋଷଣ ପାଇଁ ଏଭଳି ଉଦ୍ଦେଶ୍ୟମୂଳକ ତ୍ରୁଟି କରାଯାଉଛି ବୋଲି ଆବେଦନକାରୀମାନେ ଅଭିଯୋଗ କରିଛନ୍ତି। ଏହାର ସୁଯୋଗ ନେଇ କିଛି ଦଲାଲ ବି ଏହି ଅଞ୍ଚଳରେ ବୁଲିଲେଣି।
World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ
ଓକାକ୍ କେନ୍ଦ୍ର ଯନ୍ତ୍ରଣା ବଳିଗଲାଣି, ପ୍ରତିଦିନ ଶତାଧିକଙ୍କ ଭିଡ଼
ନାମଲେଖା, ଭତ୍ତା, ରାସନ୍ କାର୍ଡ଼, ପେନ୍ସନ୍, ସବୁଥିରେ ଅସୁବିଧା
ବାରମ୍ବାର ଦୌଡ଼ାଉଛନ୍ତି, ସଂଶୋଧନ ପରେ ବି ତ୍ରୁଟି ସୁଧୁରୁନି
କୋରାପୁଟ ଜିଲ୍ଲା ସୁନାବେଡ଼ାରୁ ଆସିଥିବା ଗୋବର୍ଦ୍ଧନ ଖେମ୍ଟି ପକ୍ଷାଘାତରେ ଆକ୍ରାନ୍ତ। ତାଙ୍କର ବାମପାର୍ଶ୍ବ ଅଙ୍ଗ କାମ କରୁନି। ଆଶାବାଡ଼ି ଧରିଲେ ଚାଲୁଛନ୍ତି। ଗୋବର୍ଦ୍ଧନ କହିଛନ୍ତି, ସେ ସୁନାବେଡା ହାଲ୍ରୁ ଅବସର ନେଇଛନ୍ତି। ପୂର୍ବରୁ ତାଙ୍କର ଯେଉଁ ଆଧାରକାର୍ଡ଼ ଥିଲା, ସେଥିରେ ତ୍ରୁଟି ଥିବା କହି ତାଙ୍କ ପେନ୍ସନ୍ ଅଟକାଇ ରଖାଯାଇଛି। ପୁଅକୁ ଆଶ୍ରା କରି ସେ ଗତ ମାସରେ ଓକାକ୍ ଆଧାରକେନ୍ଦ୍ରକୁ ଆସିଥିଲେ। କିନ୍ତୁ ବିଭିନ୍ନ କାଗଜପତ୍ରର ଆଳ ଦେଖାଇ ତାଙ୍କୁ ଫେରାଇ ଦିଆଯାଇଥିଲା। ଆଜି ପୁଣି ଆସିଛନ୍ତି। ଆଜି ସକାଳୁ ଓକାକ୍ କେନ୍ଦ୍ରରେ ଅପେକ୍ଷା କରିଛନ୍ତି। କିନ୍ତୁ ଅପରାହ୍ଣ ସୁଦ୍ଧା ତାଙ୍କର ଆଧାର ସଂଶୋଧନ କାମ ସରିନି। ଆଧାର ସଂଶୋଧନ ପାଇଁ ଏକାଧିକ ସ୍ଥାନରେ କାଗଜପତ୍ର ଦେଖାଇବାକୁ ଓ ଜମା ଦେବାକୁ ପଡ଼ୁଛି। ପରେ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ସମାନ କଥା ଦୋହରାଇଛନ୍ତି, ପୁରୀ ଜିଲ୍ଲା ଗୋପରୁ ଆସିଥିବା ଭବାନୀ ଶଙ୍କର ନାୟକଙ୍କ ସହ ବାଲେଶ୍ବରର ଏକ ଦମ୍ପତି। ସେମାନଙ୍କୁ ତିନି ମହଲା, ଦୁଇମହଲାକୁ ଯାଅ କରି ଦୌଡ଼ାଉଛନ୍ତି। ପୂର୍ବରୁ ବ୍ଲକ୍ରେ ଖୋଲିଥିବା ଆଧାର କେନ୍ଦ୍ରରେ ସାଙ୍ଗିଆ ନାମ ସଂଶୋଧନ ପାଇଁ ଆବେଦନ କରିଥିଲେ। କିନ୍ତୁ ଏକାଧିକ ଥର ଆବଦେନ ପରେ ବି ସାଙ୍ଗିଆ ନାମ ପୂର୍ବଭଳି ତ୍ରୁଟିପୂର୍ଣ୍ଣ ରହିଲା। ଶେଷରେ ଭୁବନେଶ୍ବର ରାଜ୍ୟ ମୁଖ୍ୟାଳୟକୁ ଯାଅ ବୋଲି କୁହାଗଲା। ଏଠି ଜିଲ୍ଲାଠୁ ବଳିଯାଇଛି ସ୍ଥିତି।
Farming: ୪୦୦ କୃଷକଙ୍କୁ ତାଲିମ ପ୍ରଦାନ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ
ସେପଟେ ନୂଆ ଶିକ୍ଷା ନୀତି ଆସିବା ପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଅପାର(ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି) ଓ ପେନ୍(ପର୍ମାନେଣ୍ଟ ଏନ୍ରୋଲ୍ମେଣ୍ଟ ନମ୍ବର) ଆଇଡି ବାଧ୍ୟତାମୂଳକ କରାଯାଇଛି। ଏହି ଆଇଡି ଖୋଲିବାକୁ ଆଧାରକାର୍ଡ଼ ଜରୁରି। ଏଥିପାଇଁ ଅନେକ ଅଭିଭାବକ ଆସି ଧାଡ଼ିରେ ଛିଡ଼ା ହେଉଛନ୍ତି। କିନ୍ତୁ ବିଳମ୍ବିତ ପ୍ରକ୍ରିୟା ଓ କାଗଜପତ୍ର ଅଡ଼ୁଆ ଲୋକଙ୍କୁ ଦହଗଞ୍ଜ କରୁଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ବିଚାର କରିବା ଓ ବ୍ୟବସ୍ଥାକୁ ସରଳୀକରଣ କରିବାକୁ ଆବେଦନକାରୀମାନେ ଦାବି କରିଛନ୍ତି। ଗୋଟିଏ କାଉଣ୍ଟର ନ ଖୋଲି ଏକାଧିକ ଖୋଲିଲେ, ଲୋକଙ୍କୁ ସେବା ଯୋଗାଇବା ସହଜ ହୁଅନ୍ତା ବୋଲି ସେମାନେ କହିଛନ୍ତି।

6 days ago
4


