Aadhaar Biometric: ଆଧାର ଅପଡେଟର ଶେଷ ତାରିଖକୁ ନେଇ ଜରୁରୀ ସୂଚନା

4 days ago 6
ARTICLE AD BOX

ନୂଆଦିଲ୍ଲୀ: ଯଦି ଆପଣଙ୍କର ୫ ରୁ ୧୭ ବର୍ଷ ବୟସ ମଧ୍ୟରେ କୌଣସି ପିଲା ଅଛନ୍ତି, ତେବେ ଆଧାର ସମ୍ବନ୍ଧୀୟ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିଦିଅନ୍ତୁ। ୟୁଆଇଡିଏଆଇ ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଅପଡେଟ୍ ସେବା ମାଗଣାରେ ଯୋଗାଉଛି, ଯାହାର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୩୦ ରହିଛି। ଏହି ତାରିଖ ଗଡ଼ିଗଲେ ଅପଡେଟ୍ ପାଇଁ ଆପଣଙ୍କୁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିପାରେ।

ସାଧାରଣତଃ, ଛୋଟ ପିଲାମାନଙ୍କ ପାଇଁ ଆଧାର କାର୍ଡ ତିଆରି ହେବା ସମୟରେ ସେମାନଙ୍କର ଆଙ୍ଗୁଠି ଛାପ ଏବଂ ଆଖିର ଆଇରିସ୍ ବିବରଣୀ ରେକର୍ଡ କରାଯାଏ ନାହିଁ। ପିଲାଙ୍କ ବୟସ ୫ ବର୍ଷ ହେଲେ ପ୍ରଥମ ବାୟୋମେଟ୍ରିକ୍ଅପଡେଟ୍ କରାଯାଏ ଏବଂ ଏହା ପରେ ୧୫ ବର୍ଷ ବୟସରେ ଆଉ ଏକ ବାଧ୍ୟତାମୂଳକ ଅପଡେଟ୍ କରାଯାଏ। ଯଦି ଆପଣଙ୍କ ପିଲାଙ୍କର ଏହି ଅପଡେଟ୍ ଏପର୍ଯ୍ୟନ୍ତ କରାଯାଇନାହିଁ, ତେବେ ଆପଣ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଏହାକୁ ମାଗଣାରେ କରାଇପାରିବେ।

ୟୁଆଇଡିଏଆଇର ବର୍ତ୍ତମାନର ଅଭିଯାନ ଅଧୀନରେ, ୫ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ଅପଡେଟ୍ ସେବା ମାଗଣାରେ ଯୋଗାଇ ଦିଆଯାଉଛି। ନିର୍ଦ୍ଧାରିତ ତାରିଖ ପରେ ଏହି ମାଗଣା ସେବା ବନ୍ଦ ହୋଇପାରେ ଏବଂ ତା’ପରେ ଆପଣଙ୍କୁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିପାରେ।

ଆଧାର ଅପଡେଟ୍ ପାଇଁ କ’ଣ ସାଙ୍ଗରେ ନେବେ?

ପିଲାଙ୍କ ଆଧାର କାର୍ଡ କିମ୍ବା ଆଧାର ନମ୍ବର ନିଜ ପାଖରେ ରଖନ୍ତୁ। ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ମଧ୍ୟ ସାଙ୍ଗରେ ନେବାକୁ  ପରାମର୍ଶ ଦିଆଯାଇଛି।

ଖୁଦପୁଟୁଳି ଡକାୟତି ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.