A great day for Odisha: ଓଡ଼ିଶା ପାଇଁ ବଢ଼ିଆ ଦିନ: ମିଳିଲା ୩ ଜାତୀୟ ପଦକ, ହକି ଓ ସନ୍ତରଣରୁ ସ୍ବର୍ଣ୍ଣ, ଚେସ୍‌ରୁ ରୌପ୍ୟ

1 hour ago 1
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ପାଇଁ ଶନିବାର ଶୁଭଙ୍କର ସାବ୍ୟସ୍ତ ହୋଇଛି। ତିନିଟି ଭିନ୍ନ ଖେଳରୁ ଶନିବାର ଜାତୀୟ ସ୍ତରରୁ ମିଳିଛି ୩ ପଦକ। କନିଷ୍ଠ ବାଳକ ହକିରୁ ସ୍ବର୍ଣ୍ଣ ପଦକ, ଜାତୀୟ ସନ୍ତରଣରୁ ସ୍ବର୍ଣ୍ଣ ପଦକ ଏବଂ ଜାତୀୟ ବୟସ ବର୍ଗ ଚେସ୍‌ ପ୍ରତିଯୋଗିତାରୁ ରୌପ୍ୟ ପଦକ ପାଇଛି ଓଡ଼ିଶା। କୋଇମ୍ବାଟୁରଠାରେ ଶେଷ ହୋଇଥିବା ୧୬ତମ ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବିଜେତା ଟ୍ରଫି ହାସଲ କରିଛି। ଶନିବାର ଖେଳାଯାଇଥିବା ଫାଇନାଲ୍‌ରେ ଓଡ଼ିଶା ଶେଷ ମୁହୂର୍ତରେ ଗୋଲ୍‌ ଦେଇ ୨-୧ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା। ମନଦୀପ୍ କେରକେଟା ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଏକ ସୁନ୍ଦର ଫିଲ୍ଡ  ଗୋଲ୍‌ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିବାବେଳେ ସାହିଲ ଅଲୀ ଏହାକୁ ୩୭ତମ ମିନିଟ୍‌ରେ ବରାବର ସ୍ତରକୁ ନେଇ ଯାଇଥିଲେ। ଦୀପକ ପ୍ରଧାନ କିନ୍ତୁ ୪୫ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍‌ ଦେଇ ବିଜୟ ଛଡ଼ାଇ ଆଣିଥିଲେ।

World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍’ ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ

ରାଜସ୍ଥାନର ଜୟପୁରସ୍ଥିତ ଏସଏମ୍‌ଏସ୍‌ ଷ୍ଟାଡିୟମ ସନ୍ତରାଣାଗାରାରେ ଚାଲିଥିବା ୪୨ତମ ଜାତୀୟ ଉପକନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାକୁ ଦୁଇ ଦିନରେ ଦୁଇ ସ୍ବର୍ଣ୍ଣ ପଦକ ମିଳିଛି। ଉଦୀୟମାନ ପ୍ରତିଭା ସୌରଭ ପୁଟେଲ୍‌ ୧୦୦ ମିଟର୍‌ ପରେ ୨୦୦ ମିଟର୍‌ ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବାଳକ ଗ୍ରୁପ୍‌-୨ରେ ସୌରଭ ୧୦୦ ମିଟର ଇଭେଣ୍ଟ୍‌କୁ ୧:୦୮.୬୦ ଟାଇମିଂରେ ଶେଷ କରିଥିବାବେଳେ ୨୦୦ ମିଟରରେ ୨:୩୦.୦୪ ସେକେଣ୍ଡ୍‌ ସମୟ ନେଇଥିଲେ।

Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ

ମାଙ୍ଗାଲୋରଠାରେ ଅନୁଷ୍ଠିତ ୧୧ବର୍ଷରୁ କମ୍ ଓପନ୍ ଚେସରେ ଓଡ଼ିଶାର ସାତ୍ତ୍ୱିକ ସ୍ୱାଇଁ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇ ନିଜ ସଫଳତାର ଫର୍ଦ୍ଦରେ ଆଉ ଏକ ପୃଷ୍ଠା‌ ଯୋଡ଼ିଛନ୍ତି। ୧୧ ରାଉଣ୍ଡରୁ ୯ ବିଜୟ, ଗୋଟିଏ ଡ୍ର ସହିତ ୯.୫ ପଏଣ୍ଟ ସ୍କୋର କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଏଥି ସହିତ ୬୦ରୁ ଅଧିକ ଏଲୋ ରେଟିଂ ବି ବଢ଼ାଇଛନ୍ତି ବିଶ୍ବସ୍ତରୀୟ ପ୍ରତିଯୋଗିତାରୁ ୩ ପଦକ ଜିତି ସାରିଥିବା ସାତ୍ତ୍ବିକ। ଏଥି ସହିତ ବିଶ୍ୱ ଯୁବ ଚେସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପଞ୍ଚମ ସିଡ୍ ସାତ୍ତ୍ୱିକ ପ୍ରାୟ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଶୀର୍ଷ ବୋର୍ଡରେ ଖେଳିଥିଲେ ଏବଂ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଟୁର୍ଣ୍ଣାମେଣ୍ଟର ଶୀର୍ଷ ମାନ୍ୟତାପ୍ରାପ୍ତ ଏକ ନମ୍ବର ଖେଳାଳି ମହାରାଷ୍ଟ୍ରର ଫିଡେ ମାଷ୍ଟର ଆଦଭିକ ଅଗ୍ରୱାଲଙ୍କୁ ୧୦ମ ରାଉଣ୍ଡରେ ପରାସ୍ତ କରିବା। ମୋଟ ୪୧୨ ଜଣ ପ୍ରତିଯୋଗୀ ଓପନ୍ ବର୍ଗରେ ଖେଳିଥିଲେ। ତାମିଲନାଡୁର ଜୟ ରମଣଙ୍କ ଠାରୁ ସାତ୍ତ୍ୱିକଙ୍କ ଷଷ୍ଠ  ରାଉଣ୍ଡ ହାରିବା ତାଙ୍କୁ ଚାମ୍ପିଅନ୍‌ ହେବାରୁ ବଞ୍ଚିତ ରଖିଥିଲା। ଏହା ପରେ ସେ ପ୍ରତ୍ୟାବର୍ତ୍ତନ କରି ଲଗାତାର ୫ ରାଉଣ୍ଡ ଜିତି ସମ୍ମାନଜନକ ଦ୍ୱିତୀୟ ସ୍ଥାନ ହାସଲ କରି ଆକର୍ଷଣୀୟ ଟ୍ରଫି ଓ ୬୦,୦୦୦ ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ପଶ୍ଚିମବଙ୍ଗର ଫିଡେ ମାଷ୍ଟର ମଣି  ୧୦.୫ ପଏଣ୍ଟ ସହ ବିଜେତା ହୋଇଥିଲେ। ଟପ୍ ସିଡ୍  ଆଦଭିକ ଅଗରୱାଲ ୯ ପଏଣ୍ଟ ସହ ତୃତୀୟ ସ୍ଥାନ ଦଖଲ କରିଥିଲେ। ସାତ୍ତ୍ୱିକଙ୍କୁ ଏଓସିଏ ସଭାପତି ସତ୍ୟ ରଂଜନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି, ତାଙ୍କ ପ୍ରଶିକ୍ଷକ ବିଶ୍ବଜିତ ରାୟ, ପିତାମାତା ସମ୍ବିତ ଓ ସୋନମ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମଧ୍ୟ ତାଙ୍କ ପାଇଁ ଗୌରବାନ୍ବିତ ବୋଲି ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.