A Controversial Doll: କିମାଶ୍ଚର୍ଯ୍ୟମ୍‌: ଏକ ବିବାଦୀୟ କଣ୍ଢେଇ

1 week ago 6
ARTICLE AD BOX

କଣ୍ଢେଇଟିଏ ଦେଖିଲେ ଦୁନିଆର ଯେକୌଣସି ଛୁଆ ଖୁସି ହୁଅନ୍ତି। ଯେତେ ଅଝଟ ହେଲେ ବି କଣ୍ଢେଇ ପାଇଗଲେ ସେମାନେ ଖୁସି। ଏଥିପାଇଁ ଗାଁର ଛୋଟିଆ ହାଟରୁ ଆରମ୍ଭ କରି ସହରର ବଡ଼ ବଡ଼ ମଲ୍‌, ସବୁଠାରେ ଭଳିକି ଭଳି କଣ୍ଢେଇର ପସରା। ଏସବୁ ଭିତରେ ନିକଟରେ ଏକ ଗର୍ଭବତୀ କଣ୍ଢେଇ ଓ ତା’ ପେଟରୁ କଣ୍ଢେଇ ଛୁଆଟିଏ ଜନ୍ମହେବାର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସତସତିକା ମଣିଷ ଭଳି ଗର୍ଭବତୀ ମା’କଣ୍ଢେଇ ଛୁଆ ପ୍ରସବ କରୁଥିବାର ଏହି କଣ୍ଢେଇ ସେଟ୍‌ ଆମେରିକାର ଖେଳଣା କମ୍ପାନି ‘ଜୁରୁ’ ପ୍ରସ୍ତୁତ କରିଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ

ବିଭିନ୍ନ ଖେଳନା ଉପକରଣ ବ୍ୟବହାର କରି ପିଲାମାନେ ରୋଷେଇବାସଠାରୁ ଆରମ୍ଭ କରି ମିଛିମିଛିକା ସ୍କୁଲ୍‌ ଓ ଡାକ୍ତରଖାନା ଆଦିର ଦୃଶ୍ୟ ପ୍ରସ୍ତୁତ କରିଥାନ୍ତି। ଏବେ ଏହି କଣ୍ଢେଇକୁ ନେଇ ସେମାନେ ଶିଶୁ ପ୍ରସବର ଅଭିନୟ କରିପାରିବେ ବୋଲି ‘ଜୁରୁ’ ପକ୍ଷରୁ କୁହାଯାଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ଏହି କଣ୍ଢେଇର ଏକ ଭିଡିଓ ସେୟାର୍‌ କରାଯାଇଛି। ଭିଡିଓରେ ଜଣେ ବ୍ୟକ୍ତି କଣ୍ଢେଇ ସେଟ୍‌ ଖୋଲି ଏହା କିିିଭଳି କାମକରେ, ତାହା ପ୍ରଦର୍ଶିତ କରୁଛନ୍ତି। ଏଥିରେ ଗର୍ଭବତୀ ମା’କଣ୍ଢେଇ ପେଟରୁ ଛୁଆ କଣ୍ଢେଇଟିଏ ଜନ୍ମ ହେଉଛି। ପୁଣି ଜନ୍ମ ହେବାପରେ ତାକୁ ପୋଷାକପତ୍ର ପିନ୍ଧାଇ ମା’ କଣ୍ଡେଇର କୋଳରେ ରଖାଯାଉଛି। ଏହି ଖେଳନାର ନାମ ରଖାଯାଇଛି ‘ମାଇଁ ମିନି ବେବି ମମ୍‌ ଆଣ୍ଡ୍‌ ବେବି ସର୍‌ପ୍ରାଇଜ୍‌’। ଏହି ଖେଳଣାର ଡିଜାଇନ୍‌ ପିଲାଙ୍କ ପାଇଁ ଉପଯୁକ୍ତ କି ନୁହେଁ ବୋଲି କିଛି ଲୋକ ପ୍ରଶ୍ନ କରୁଥିବା ବେଳେ ଆଉ କେତେଜଣ ଏହି ଅନନ୍ୟ ଖେଳର ବୈଶିଷ୍ଟ୍ୟକୁ ନେଇ ପରିହାସ କରିଛନ୍ତି। ଏ କଣ୍ଢେଇ କୋମଳମତି ଶିଶୁଙ୍କ ଲାଗି ଅନୁପଯୁକ୍ତ ବୋଲି ବି ମତ ପ୍ରକାଶ ପାଇଛି।

Conference: ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.