72nd Wildlife Week ୭୨ତମ ବନ୍ୟପ୍ରାଣୀ ସପ୍ତାହ: ପ୍ରଥମ ଚନ୍ଦକା ଗ୍ରୀନ୍ ମାରାଥନରେ ଦୌଡ଼ିଲେ ପ୍ରତିଯୋଗୀ

8 hours ago 1
ARTICLE AD BOX

ଭୁବନେଶ୍ୱର: ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆଜି (ରବିବାର) ଭୁବନେଶ୍ୱରରେ ପ୍ରଥମ ଚନ୍ଦକା ଗ୍ରୀନ୍ ମାରାଥନ୍ ଆୟୋଜିତ ହୋଇଯାଇଛି। ବନ୍ୟପ୍ରାଣୀ ସଂରକ୍ଷଣ, ବାସସ୍ଥଳୀ ସୁରକ୍ଷା ଏବଂ ସୁସ୍ଥ ଓ ପରିବେଶ ସଚେତନ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଏହି ମାରାଥନ୍‌ର ପ୍ରମୁଖ ଉଦ୍ଦେଶ୍ୟ ଥିଲା।

Wildlife: ଚଳନ୍ତିକା: ବିଦେଶୀ ବନ୍ୟଜନ୍ତୁ ଚୋରାଚାଲାଣ ଲାଭର ଲୋଭ ହିଁ କାରଣ

ଏହି ମାରାଥନ୍‌କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ମନୋଜ ଭି. ନାୟରଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀ, କର୍ମଚାରୀ, ପ୍ରକୃତିପ୍ରେମୀ ଏବଂ ବହୁ ସଂଖ୍ୟକ ପ୍ରତିଯୋଗୀ ଉପସ୍ଥିତ ଥିଲେ।

wildlife conflict Odisha କନ୍ଧମାଳରେ ହାତୀ ଉତ୍ପାତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ମାରାଥନ୍‌ରେ ୫ କି.ମି., ୧୦ କି.ମି. ଏବଂ ୨୧ କି.ମି. ବର୍ଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଚନ୍ଦକା–ଭରତପୁର ଜଙ୍ଗଲ ଓ ଏକାମ୍ର କାନନ ଅଞ୍ଚଳର ପ୍ରାକୃତିକ ପରିବେଶ ମଧ୍ୟରେ ଦୌଡ଼ିବାର ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରତିଯୋଗୀମାନେ ଲାଭ କରିଥିଲେ। ମାରାଥନ୍‌ର ଏକ ବଡ଼ ଅଂଶ ଜଙ୍ଗଲ ପଥ ଦେଇ ଯାଇଥିବାରୁ ଏହା ସାଧାରଣ ସହରୀ ରାସ୍ତା ମାରାଥନ୍‌ଠାରୁ ଭିନ୍ନ ଏବଂ ପ୍ରକୃତିକେନ୍ଦ୍ରିକ ଅନୁଭୂତି ପ୍ରଦାନ କରିଥିଲା। ୨୧ କି.ମି. ବର୍ଗରେ ପ୍ରାୟ ୭ କି.ମି. ଲେଖାଏଁ ତିନୋଟି ଲୁପ୍‌ ରହିଥିଲା।

Human-wildlife conflict: ବଢ଼ୁଛି ବନ୍ୟପ୍ରାଣୀ-ମଣିଷ ସଂଘର୍ଷ: ୬ ବର୍ଷରେ ଗଲାଣି ୧୨୫ଜୀବନ, ଶିକାରୀ ହାତରେ ମରିଛନ୍ତି ୫୦ ବନ୍ୟପ୍ରାଣୀ

“ବାସସ୍ଥଳୀର ସଂଯୋଗ, ବନ୍ୟପ୍ରାଣୀର ସମୃଦ୍ଧି” ବାର୍ତ୍ତାକୁ ନେଇ ଆୟୋଜିତ ଏହି ମାରାଥନ୍‌ ମାଧ୍ୟମରେ ବନ ଓ ବନ୍ୟପ୍ରାଣୀ ବାସସ୍ଥଳୀର ସଂରକ୍ଷଣ ସହ ମାନବ କଲ୍ୟାଣ ଓ ସ୍ଥାୟୀ ଭବିଷ୍ୟତର ନିବିଡ଼ ସମ୍ପର୍କ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। “

Read Entire Article
LEFT SIDEBAR AD

Hidden in mobile, Best for skyscrapers.