ARTICLE AD BOX
ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅକ୍ଟୋବର ୪ରୁ ୧୦ ତାରିଖ ଯାଏଁ ବିଶ୍ବ ମହାକାଶ ସପ୍ତାହ ପାଳନ କରାଯାଉଛି। ଏ ଅବସରରେ ମହାକାଶ ଯାତ୍ରାବେଳେ ମହାକାଶଚାରୀଙ୍କ ଶରୀରରେ ହେଉଥିବା ୭ଟି ପରିବର୍ତ୍ତନ ଓ ସେଥିପାଇଁ ଭୋଗିବାକୁ ପଡୁଥିବା କଷ୍ଟ ବିଷୟରେ ଜାଣିବା।
Skil development: ଗ୍ରାମାଞ୍ଚଳର ଯୁବପିଢିଙ୍କ ଦକ୍ଷତା ବିକାଶ କରୁଛି ବେଦକ୍ଷତା
ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନ ଥିବାରୁ ମାଂଶପେଶୀ ଦୁର୍ବଳ ହୋଇଯାଏ। ତେଣୁ, ମହାକାଶଚାରୀମାନେ ସେଠାରେ ବ୍ୟାୟାମ କରନ୍ତି। ପୃଥିବୀକୁ ଫେରି ସେଭଳି ବ୍ୟାୟାମ ନ କଲେ ସବୁ କାମ ସେମାନଙ୍କୁ କଷ୍ଟ ଲାଗେ।
ମହାକାଶରେ ମଣିଷର କଟି ଓ ଗୋଡ଼ ହାଡ଼ରେ ଥିବା ଖଣିଜଲବଣ କ୍ଷୟ ହୋଇଯାଏ। ପୃଥିବୀକୁ ଫେରି ସେସବୁ ପୂରଣ ନ ହେବାଯାଏ ତାଙ୍କ ହାଡ଼ ସହଜରେ ଭାଙ୍ଗିଯିବାର ଆଶଙ୍କା ଥାଏ।
ମହାକାଶକୁ ଗଲେ ଦେହର ତରଳ ପଦାର୍ଥ ମୁଣ୍ଡ ଆଡ଼କୁ ଚାଲିଯାଏ। ତେଣୁ, ମହାକାଶଚାରୀଙ୍କ ମୁହଁ ଫୁଲେ, ନାକ ବନ୍ଦ ହୁଏ ଓ ମୁଣ୍ଡ ଭାରୀ ଲାଗେ।
ମହାକାଶ ମଣିଷ ଶରୀର ପାଇଁ ଭଲ ନୁହେଁ। ଏହାର ବଡ଼ କାରଣ ହେଉଛି ସେଠାରେ ମାଧ୍ୟାକର୍ଷଣ ଶକ୍ତି ନଥାଏ। ତେଣୁ ମହାକାଶରେ ଚାଲିବା, ଶୋଇବା ଓ ଖାଇବା ଭଳି କାମ କରିବା ମଧ୍ୟ ବଡ଼ କଷ୍ଟକର ହୋଇଥାଏ।
ମହାକାଶଯାତ୍ରା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ଅସ୍ପଷ୍ଟ କରିଦିଏ। ପୃଥିବୀକୁ ଫେରିବା ପରେ ବି ସେମାନଙ୍କୁ ସବୁ ଜିନିଷ ଜାଲୁଜାଲୁଆ ଦିଶେ।
ମହାଶୂନ୍ୟରେ କେତେକ ମହାକାଶଚାରୀଙ୍କର ମୋସନ୍ ସିକ୍ନେସ୍ ହୁଏ। ସେମାନଙ୍କୁ ବାନ୍ତି ମାଡ଼େ, ମୁଣ୍ଡ ବୁଲାଏ ଓ ଦେହ ଟଳମଳ ହୁଏ। ପୃଥିବୀକୁ ଫେରିଲେ ଆସ୍ତେ ଆସ୍ତେ ଏ ଅସୁବିଧା ଦୂର ହୋଇଥାଏ।
Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି
ମହାକାଶରେ ଦିନରାତି ନାହିଁ। ପୁଣି, ମହାକାଶଯାନରେ ଥିବା ଯନ୍ତ୍ରପାତି ଖଡ୍ଖାଡ଼ ହୁଏ। କାର୍ଯ୍ୟ ଭାର ବି ବହୁତ ଥାଏ। ତେଣୁ, ମହାକାଶଚାରୀମାନେ ଭଲଭାବେ ଶୋଇପାରନ୍ତି ନାହିଁ।
ମହାଶୂନ୍ୟରୁ ଫେରି ସେମାନେ ହଠାତ୍ ପୃଥିବୀର ପରିବେଶରେ ନିଜକୁ ଖାପ ଖୁଆଇ ଚଳିପାରନ୍ତି ନାହିଁ। ଦେହରେ ହୋଇଥିବା ପରିବର୍ତ୍ତନ ସୁଧାରିବା ପାଇଁ ସେମାନେ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତି। ଆଗଭଳି ଚଳିବା ପାଇଁ ସେମାନଙ୍କୁ ବ୍ୟାୟାମ କରିବାକୁ ପଡ଼େ।

49 minutes ago
1


