ARTICLE AD BOX
ନୂଆଦିଲ୍ଲୀ: ନିଜର ସଞ୍ଚିତ ଟଙ୍କାକୁ ନିରାପଦରେ ରଖି ସୁଧ ପାଇବାକୁ ଚାହୁଥିଲେ ଫିକ୍ସଡ୍ ଡିପୋଜିଟ୍ ବା ଏଫ୍ଡି ଏକ ବିକଳ୍ପ ହୋଇପାରେ। ସରକାରୀ କ୍ଷେତ୍ରର ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ୬୬୬ ଦିନର ଏକ ସ୍ୱତନ୍ତ୍ର ଏଫ୍ଡି ଯୋଜନାରେ ଭିନ୍ନ ଭିନ୍ନ ଗ୍ରାହକଙ୍କୁ ଭିନ୍ନ ହାରରେ ସୁଧ ଦେଉଛି। ବ୍ୟାଙ୍କର ତଥ୍ୟ ଅନୁସାରେ, ୬୬୬ ଦିନର ଏଫ୍ଡିରେ ସାଧାରଣ ଗ୍ରାହକଙ୍କୁ ବାର୍ଷିକ ୬.୮୫ ପ୍ରତିଶତ ସୁଧ ମିଳୁଛି। ବରିଷ୍ଠ ନାଗରିକଙ୍କ ପାଇଁ ଏହି ହାର ୭.୩୫ ପ୍ରତିଶତ ହୋଇଥିବା ବେଳେ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଅତି ବରିଷ୍ଠ ନାଗରିକଙ୍କୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିପାରେ।
ବରିଷ୍ଠ ନାଗରିକଙ୍କୁ ଅଧିକ ସୁଧ
୩ କୋଟି ଟଙ୍କାରୁ କମ୍ ମୂଲ୍ୟର ଟର୍ମ ଡିପୋଜିଟ୍ ପାଇଁ ବ୍ୟାଙ୍କ ବିଭିନ୍ନ ସମୟସୀମା ଅନୁସାରେ ସୁଧ ହାର ଧାର୍ଯ୍ୟ କରିଛି। ୧୮୦ ଦିନ କିମ୍ବା ତା’ଠାରୁ ଅଧିକ ସମୟର ଏଫ୍ଡିରେ ବରିଷ୍ଠ ନାଗରିକଙ୍କୁ ସାଧାରଣ ସୁଧ ହାରଠାରୁ ଅତିରିକ୍ତ ୦.୫୦ ପ୍ରତିଶତ ସୁଧ ଦିଆଯାଏ। ଏହି ସୁବିଧା ନୂଆ ଏଫ୍ଡି କରିବା ସହିତ ଏଫ୍ଡି ନବୀକରଣ କଲେ ମଧ୍ୟ ମିଳିପାରେ।ଏହି ହିସାବରେ ୬୬୬ ଦିନର ଏଫ୍ଡିରେ ବରିଷ୍ଠ ନାଗରିକଙ୍କୁ ୭.୩୫ ପ୍ରତିଶତ ବାର୍ଷିକ ସୁଧ ମିଳୁଛି।
ଆହୁରି ପଢ଼ନ୍ତୁ- Asian Games 2026: କବାଡ଼ିରେ ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ଆଣିଲେ ସ୍ବର୍ଣ୍ଣ
ଗ୍ରାହକଙ୍କ ବର୍ଗ ବାର୍ଷିକ ସୁଧ ହାର
ସାଧାରଣ ଗ୍ରାହକ ୬.୮୫%
ବରିଷ୍ଠ ନାଗରିକ ୭.୩୫%
ଅତି ବରିଷ୍ଠ ନାଗରିକ ୭.୫୦%
ଅତି ବରିଷ୍ଠ ନାଗରିକଙ୍କୁ ଆଉ ଅଧିକ ଲାଭ
୮୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଗ୍ରାହକଙ୍କୁ କିଛି ନିର୍ଦ୍ଦିଷ୍ଟ ସମୟର ଏଫ୍ଡିରେ ବରିଷ୍ଠ ନାଗରିକଙ୍କ ସୁଧ ହାରଠାରୁ ଅତିରିକ୍ତ ୦.୧୫ ପ୍ରତିଶତ ସୁଧ ମିଳେ।
ଏହି ଅତିରିକ୍ତ ସୁଧ ୩୭୫ ଦିନ, ୪୪୪ ଦିନ, ୬୬୬ ଦିନ, ୭୭୭ ଦିନ ଏବଂ ୯୯୯ ଦିନର ଏଫ୍ଡିରେ ଲାଗୁ ହୁଏ।
୩ କୋଟି ଟଙ୍କାରୁ କମ୍ ଏଫ୍ଡିରେ ସୁଧ ହାର
ଏଫ୍ଡିର ସମୟ ସୁଧ ହାର
୭-୧୪ ଦିନ ୨.୮୫%
୧୫-୩୦ ଦିନ ୨.୮୫%
୩୧-୪୫ ଦିନ ୩.୩୫%
୪୬-୯୦ ଦିନ ୪.୮୫%
୯୧-୧୨୦ ଦିନ ୪.୮୫%
୧୨୧-୧୫୦ ଦିନ ୫.୮୫%
୧୫୧-୧୭୯ ଦିନ ୫.୬୦%
୧୮୦-୩୬୪ ଦିନ ୬.୪୦%
୧ ବର୍ଷ ୬.୫୦%
୩୭୫ ଦିନ ୬.୯୦%
୩୭୬-୪୪୩ ଦିନ ୬.୮୫%
୪୪୫-୬୬୫ ଦିନ ୫.୮୫%
୬୬୬ ଦିନ ୫.୯୫%
୬୬୭ ଦିନରୁ ୨୨ ମାସରୁ କମ୍ ୬.୦୦%
୨୨ ମାସ ୬.୦୫%
୨୨ ମାସରୁ ୨ ବର୍ଷରୁ କମ୍ ୫.୯୫%
୨ ବର୍ଷରୁ ୭୭୬ ଦିନ ୫.୮୫%
୭୭୭ ଦିନ ୫.୮୫%
୭୭୮-୯୯୮ ଦିନ ୫.୯୫%
୯୯୯ ଦିନ ୬.୦୦%
୧୦୦୦ ଦିନରୁ ୩ ବର୍ଷରୁ କମ୍ ୫.୯୫%
୩ ବର୍ଷରୁ ୪୪ ମାସରୁ କମ୍ ୫.୮୫%
୪୪ ମାସରୁ ୫ ବର୍ଷରୁ କମ୍ ୫.୯୫%
୫ ବର୍ଷରୁ ୬୬ ମାସରୁ କମ୍ ୫.୮୫%
୬୬ ମାସରୁ ୧୦ ବର୍ଷ ୫.୮୫%
କେତେ ଟଙ୍କାରୁ ଏଫ୍ଡି କରିପାରିବେ?
ବ୍ୟାଙ୍କର ତଥ୍ୟ ଅନୁସାରେ, ଟର୍ମ ଡିପୋଜିଟ୍ ପାଇଁ ସର୍ବନିମ୍ନ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ। ଅନ୍ୟପଟେ, ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ନନ୍-କଲେବଲ୍ ଡିପୋଜିଟ୍ ପାଇଁ ସର୍ବନିମ୍ନ ୧୦୦.୦୧ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୨୯୯ ଲକ୍ଷ ଟଙ୍କା ଜମା କରାଯାଇପାରିବ। ଏହି ଡିପୋଜିଟ୍ ପାଇଁ ବ୍ୟାଙ୍କର ଅଲଗା ନିୟମ ରହିଛି।
ଆହୁରି ପଢ଼ନ୍ତୁ- SIR Controversy: ଏସ୍ଆଇଆର୍ ବିବାଦ: ପାଶ୍ବାନ, କୁସୱାହ, ଟିଡିପି ପରେ ଇସିଙ୍କଠାରୁ ସ୍ପଷ୍ଟୀକରଣ ମାଗିଲେ କୁମାରସ୍ବାମୀ
କେଉଁମାନେ ଅତିରିକ୍ତ ସୁଧ ପାଇବେ ନାହିଁ?
ବ୍ୟାଙ୍କ ଅନୁସାରେ, ବରିଷ୍ଠ ଏବଂ ଅତି ବରିଷ୍ଠ ନାଗରିକଙ୍କ ପାଇଁ ଦିଆଯାଉଥିବା ଅତିରିକ୍ତ ସୁଧର ସୁବିଧା ସମସ୍ତ ପ୍ରକାର ଜମାରେ ଲାଗୁ ହୁଏ ନାହିଁ। ଏନ୍ଆର୍ଇ, ଏନ୍ଆର୍ଓ, କ୍ୟାପିଟାଲ୍ ଗେନ୍ ଏବଂ ବଲ୍କ ଡିପୋଜିଟ୍ରେ ଏହି ଅତିରିକ୍ତ ସୁଧ ମିଳିବ ନାହିଁ। ସେହିପରି ଅତି ବରିଷ୍ଠ ନାଗରିକଙ୍କ ପାଇଁ ଅତିରିକ୍ତ ୦.୧୫ ପ୍ରତିଶତ ସୁଧ କେବଳ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦିଷ୍ଟ ସମୟର ଏଫ୍ଡିରେ ମିଳିବ।
କାହିଁକି ୬୬୬ ଦିନର ଏଫ୍ଡି ଉପରେ ନଜର?
ଯେଉଁ ଗ୍ରାହକମାନେ ନିଜ ଟଙ୍କାକୁ ପ୍ରାୟ ଦୁଇ ବର୍ଷରୁ କମ୍ ସମୟ ପାଇଁ ଜମା ରଖିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ୬୬୬ ଦିନର ଏଫ୍ଡି ଏକ ବିକଳ୍ପ ହୋଇପାରେ। ବିଶେଷକରି ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଗ୍ରାହକଙ୍କୁ ଅତିରିକ୍ତ ସୁଧ ମିଳୁଥିବାରୁ ଏହି ଏଫ୍ଡିରେ ବାର୍ଷିକ ସୁଧ ହାର ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ।
ଅଧିକ ଦେଖନ୍ତୁ-

1 day ago
2


