6 year old girl: ତିନି ଦିନ ମାଟି ତଳେ ଫସିରହିଥିଲା ୬ ବର୍ଷର ଝିଅ, ମାଟି ତଳୁ ଶୁଭିଲା କାନ୍ଦିବା ଶବ୍ଦ, ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ

1 hour ago 2
ARTICLE AD BOX

କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଉଦ୍ଧାର ଘଟଣା ସାମ୍ନାକୁ ଆସିଛି। ରାସୁୱା ଜିଲ୍ଲାର ଟିମୁରେ ଅଞ୍ଚଳରେ ଧ୍ୱଂସାବଶେଷ ତଳେ ପ୍ରାୟ ତିନି ଦିନ ଧରି ଫସି ରହିଥିବା ଜଣେ ୬ ବର୍ଷର ଝିଅକୁ ଜୀବିତ ଉଦ୍ଧାର କରାଯାଇଛି। ଭୟଙ୍କର ବନ୍ୟାରେ ଅନେକ ଘର ଓ ରାସ୍ତା ଧ୍ୱଂସ ହୋଇଥିବାବେଳେ, ଏହି ଘଟଣା ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି। ସୂଚନା ଅନୁସାରେ, ଭୋଟେକୋଶୀ ନଦୀରେ ଭୟଙ୍କର ବନ୍ୟା ପରେ ଟିମୁରେ ଅଞ୍ଚଳରେ ବ୍ୟାପକ ଧ୍ୱଂସ ଘଟିଥିଲା। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ମଧ୍ୟରେ ଲୋକଙ୍କୁ ଖୋଜୁଥିବା ସମୟରେ ମାଟି ତଳୁ ଜଣେ ଶିଶୁର କାନ୍ଦିବା ଶବ୍ଦ ଶୁଣିଥିଲେ। ଏହାପରେ ସଶସ୍ତ୍ର ପୁଲିସ ବଳର ଉଦ୍ଧାରକାରୀମାନେ ବିଳମ୍ବ ନକରି ଘଟଣାସ୍ଥଳରେ ଖୋଳାଖୋଳି ଆରମ୍ଭ କରିଥିଲେ।

ନେପାଳ ବନ୍ୟାର ଭୟାବହତା ମଧ୍ୟରେ ଆଶାର କିରଣ

କିଛି ସମୟର ଉଦ୍ୟମ ପରେ ମାଟି ଓ ଧ୍ୱଂସାବଶେଷ ତଳୁ ଝିଅଟିକୁ ଜୀବିତ ଅବସ୍ଥାରେ ବାହାର କରାଯାଇଥିଲା। ଉଦ୍ଧାର ପରେ ତାକୁ ଟିମୁରେସ୍ଥିତ ସୀମା ଚୌକିକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ତା’ର ଅବସ୍ଥା ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଉନ୍ନତ ଚିକିତ୍ସା ପାଇଁ କାଠମାଣ୍ଡୁ ନେବାର ବ୍ୟବସ୍ଥା କରାଯାଇଥିଲା। ଶୁକ୍ରବାର ରାତିରେ ଖରାପ ପାଗ ଓ ଅନ୍ଧାର ଯୋଗୁଁ ହେଲିକପ୍ଟରରେ ତାକୁ କାଠମାଣ୍ଡୁ ନେବା ସମ୍ଭବ ହୋଇନଥିଲା। ପରେ ଶନିବାର ଦ୍ୱିପ୍ରହରରେ ତାକୁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ନିଆଯାଇଥିଲା। ବର୍ତ୍ତମାନ ଝିଅଟିର ହସ୍ପିଟାଲରେ ଚିକିତ୍ସା ଚାଲିଛି ଏବଂ ଡାକ୍ତରମାନେ ତା’ର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅଗଷ୍ଟ ୨୬ରେ ନେପାଳରେ ହିମବାହ ଧସିବା ପରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘର, ସେତୁ, ରାସ୍ତା ଓ ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଥିବାବେଳେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଏଭଳି ସମୟରେ ତିନି ଦିନ ପରେ ୬ ବର୍ଷର ଶିଶୁକୁ ଜୀବିତ ଉଦ୍ଧାର କରାଯିବା ଘଟଣା ନିଶ୍ଚିତ ଭାବେ ଉଦ୍ଧାରକାରୀ ଦଳ ଓ ପୀଡ଼ିତ ପରିବାରଗୁଡ଼ିକ ପାଇଁ ଆଶାର ଏକ ବଡ଼ କିରଣ ପାଲଟିଛି।

ନେପାଳ ପରେ ଚୀନରେ ଭୟଙ୍କର ଭୂସ୍ଖଳନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.