ARTICLE AD BOX
ରାଞ୍ଚି:ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ କରମ୍ ପୂଜା ଉତ୍ସବ ଦୁଃଖଦ ଘଟଣାରେ ପହଞ୍ଚିଛି। କରମ ଡାଳ ବିସର୍ଜନ ବେଳେ ବୁଧବାର ପୃଥକ୍ ଘଟଣାରେ ୬ ଜଣ ଶିଶୁଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ବୋକ୍ୟା ଅଞ୍ଚଳରେ କୋଏଲ ନଦୀରେ କରମ ଡାଳ ବିସର୍ଜନବେଳେ ୫ ଶିଶୁଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। କୋଏଲ ନଦୀ ନିକଟରେ ଥିବା ଏକ ପୋଖରୀରେ ଶିଶୁମାନେ କରମ ଡାଳ ବିସର୍ଜନ କରୁଥିବାବେଳେ ବୁଡ଼ି ଯାଇଛନ୍ତି। କରମ ପର୍ବରେ କରମ ଡାଳ ବିସର୍ଜନ ଅନ୍ତିମ ପର୍ଯ୍ୟାୟ ହୋଇଥାଏ।
ଉଦ୍ଧାରକାର୍ଯ୍ୟ ଜାରି
କରମ ପର୍ବ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ ଓ ବିହାରରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଫସଲ ଓ ପ୍ରକୃତିକୁ ପୂଜା କରିବା ଉଦ୍ଦେଶ୍ୟରେ ପାଳନ କରିଥାନ୍ତି। ଶିଶୁମାନେ ପାଣିରେ ବୁଡ଼ିଯିବା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ପ୍ରଶାସନ ସହିତ ସହଯୋଗ କରିଥିଲେ। ଚାରିଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଶିଶୁର ସନ୍ଧାନ ଏବେବି ଚାଲିଛି। ଅନ୍ୟ ଏକ ପୃଥକ୍ ଘଟଣାରେ ନାନି ଝରିଆରେ କରମ ଡାଳ ବିସର୍ଜନ ବେଳେ ଜଣେ ୧୫ ବର୍ଷୀୟା ଜଣେ କିଶୋରୀଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ପୁଲିସ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛି।

5 days ago
6


