5G: ମୋବାଇଲ୍ ଡାଟା ଏବଂ ୫ଜି ବ୍ୟବହାରରେ କେଉଁ ଦେଶ ଆଗରେ, ଜାଣନ୍ତୁ କିଛି ରୋଚକ ତଥ୍ୟ

54 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ୫ଜି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ମୋବାଇଲ୍ ଡାଟା ଖର୍ଚ୍ଚ ଏବଂ ୫ଜି ୟୁଜର୍ସଙ୍କୁ ନେଇ ବିଭିନ୍ନ ଦେଶର ଚିତ୍ର ସାମ୍ନାକୁ ଆସିଛି। ସମଗ୍ର ବିଶ୍ୱରେ ମୋବାଇଲ୍ ଡାଟା ବ୍ୟବହାର କରିବା କ୍ଷେତ୍ରରେ ଭାରତ ସବୁଠାରୁ ଆଗରେ ରହିଛି। ଦେଶରେ ଶସ୍ତା ଇଣ୍ଟରନେଟ୍ ଏବଂ ଦ୍ରୁତ ବର୍ଦ୍ଧିତ ଡିଜିଟାଲ୍ ଜନସଂଖ୍ୟା ଯୋଗୁଁ ଡାଟା ଖର୍ଚ୍ଚ ପ୍ରଚୁର ପରିମାଣରେ ହେଉଛି।

ଆହୁରି ପଢନ୍ତୁ: CEC Resignation: ରାଷ୍ଟ୍ରପତିଙ୍କୁ ରାଜନୈତିକ ଲଢ଼େଇ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ରାହୁଲ ଗାନ୍ଧୀ: ସମ୍ବିତ ପାତ୍ର

୫ଜି ସବସ୍କ୍ରାଇବର ଏବଂ ନେଟୱାର୍କ ପହଞ୍ଚ ମାମଲାରେ ଚୀନ୍ ସବୁଠାରୁ ପ୍ରଥମ ସ୍ଥାନରେ ରହିଛି, ଯେଉଁଠାରେ ସର୍ବାଧିକ ଲୋକ ୫ଜି ବ୍ୟବହାର କରୁଛନ୍ତି। ଯଦି ଜଣେ ବ୍ୟକ୍ତିଙ୍କ ମାସିକ ହାରାହାରି ଡାଟା ବ୍ୟବହାର କଥା କହିବା, ତେବେ ଲାଟଭିଆ (Latvia) ସାରା ବିଶ୍ୱରେ ପ୍ରଥମ ସ୍ଥାନରେ ଅଛି, ଯେଉଁଠାରେ ଜଣେ ୟୁଜର୍ ପ୍ରତି ମାସରେ ପ୍ରାୟ ୫୨.୭ ଜିବି (GB) ଡାଟା ବ୍ୟବହାର କରନ୍ତି। ଏହି ମାମଲାରେ ଭାରତରେ ପ୍ରତି ବ୍ୟକ୍ତି ପ୍ରାୟ ୩୭ ଜିବି ପ୍ରତି ମାସ ବ୍ୟବହାର କରୁଛନ୍ତି। ୫ଜି ଡାଟା ଡାଉନଲୋଡ୍ ସ୍ପିଡ୍ କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିଶ୍ୱରେ ଶୀର୍ଷରେ ରହିଛି। ଏଠାରେ ହାରାହାରି ଡାଉନଲୋଡ୍ ସ୍ପିଡ୍ ୬୫୨ ଏମବିପିଏସ୍ (Mbps) ରହିଛି।

ବିଶ୍ୱର ବିଭିନ୍ନ ଶକ୍ତିଶାଳୀ ଦେଶଗୁଡ଼ିକ ଡିଜିଟାଲ୍ କନେକ୍ଟିଭିଟି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ନିଜକୁ ଆଗେଇ ନେବା ପାଇଁ କ୍ରମାଗତ ଭାବେ ନିବେଶ ଜାରି ରଖିଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.